ଖୋର୍ଦ୍ଧା: କୁଶୁମାଟି ଅଞ୍ଚଳରୁ ଖପୁରୀ ଉଦ୍ଧାର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା କୁଶୁମାଟି ଅଞ୍ଚଳରେ ଥିବା ଏକ ପୋଖରୀ ନିକଟରୁ ସୋମବାର ମଣିଷ ଖପୁରୀ ଉଦ୍ଧାର କରାଯାଇଛି। ଖପୁରୀ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଖପୁରୀ ଉଦ୍ଧାର କରିବା ସହ ଏହାକୁ ପରୀକ୍ଷା ପାଇଁ ଫୋରେନସିକ୍ ଲ୍ୟାବକୁ ପଠାଇଛି। ଘଟଣାସ୍ଥଳରୁ ପୋଷାକ ମଧ୍ୟ ଉଦ୍ଧାର କରାଯାଇଛି। ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।