ଲୋକଙ୍କ ଭିଡ ଦେଖି ହୋଟେଲରୁ ବିଦେଶୀ ମହିଳାଙ୍କ ସହ ଲୁଚି ପଳାଇଲେ ଶଙ୍କରାନନ୍ଦ ବାବା

ଯାଜପୁର: ଚଣ୍ଡିଖୋଲର ଏକ ହୋଟେଲରେ ଜଣେ ବିଦେଶୀ ମହିଳାଙ୍କ ସହ ରହିଥିବା ଆଉ ଜଣେ ବିବାଦୀୟ ବାବା ଶଙ୍କରାନନ୍ଦ ଲୋକଙ୍କ ଭିଡକୁ ଲୁଚି ପଳାଇଥିଲେ । ମଙ୍ଗଳବାର ବିଳମ୍ୱିତ ରାତିରେ ବାବା ତାଙ୍କ ଇନୋଭା କାରରେ ଆସି ହୋଟେଲର ଦୁଇଟି ରୁମ ବୁକ କରି ରହିଥିଲେ। ବୁଧବାର ସକାଳେ ଅଞ୍ଚଳରେ ଏହି କଥା ପ୍ରଘଟ ହୋଇଯିବା ପରେ ସେମାନଙ୍କୁ ଦେଖିବାକୁ ଳୋକଙ୍କ ଭିଡ ଜମିଥିଲା । ଏହା ଜାଣିବା ପରେ ହୋଟେଲ ମ୍ୟାନେଜର ବାବାଙ୍କୁ ରୁମ ଛାଡି […]

jajpur

Rakesh Mallick
  • Published: Thursday, 03 September 2015
  • , Updated: 03 September 2015, 05:27 PM IST

ଯାଜପୁର: ଚଣ୍ଡିଖୋଲର ଏକ ହୋଟେଲରେ ଜଣେ ବିଦେଶୀ ମହିଳାଙ୍କ ସହ ରହିଥିବା ଆଉ ଜଣେ ବିବାଦୀୟ ବାବା ଶଙ୍କରାନନ୍ଦ ଲୋକଙ୍କ ଭିଡକୁ ଲୁଚି ପଳାଇଥିଲେ । ମଙ୍ଗଳବାର ବିଳମ୍ୱିତ ରାତିରେ ବାବା ତାଙ୍କ ଇନୋଭା କାରରେ ଆସି ହୋଟେଲର ଦୁଇଟି ରୁମ ବୁକ କରି ରହିଥିଲେ। ବୁଧବାର ସକାଳେ ଅଞ୍ଚଳରେ ଏହି କଥା ପ୍ରଘଟ ହୋଇଯିବା ପରେ ସେମାନଙ୍କୁ ଦେଖିବାକୁ ଳୋକଙ୍କ ଭିଡ ଜମିଥିଲା । ଏହା ଜାଣିବା ପରେ ହୋଟେଲ ମ୍ୟାନେଜର ବାବାଙ୍କୁ ରୁମ ଛାଡି ଚାଲିଯିବାକୁ କହିଥିଲେ । ଫଳରେ ବାବା ସମ୍ପୃକ୍ତା ବିଦେଶୀ ମହିଳା ଓ ଅନ୍ୟଜଣେ ବାବାଙ୍କ ସହ ହୋଟେଲ ଛାଡି ନିଜ କାରରେ କେଉଁଆଡେ ଚାଲିଯାଇଥିଲେ ।

Related story