ଭୁବନେଶ୍ୱର: ଲୁଟେରା ଗ୍ୟାଙ୍ଗ ଠାବ,୪ ଯୁବତୀଙ୍କ ସହ ୧୦ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଅଭିନବ ଉପାୟରେ ଲୁଟୁଥିବା ଏକ ଲୁଟେରା ଗ୍ୟାଙ୍ଗକୁ ଗିରଫ କରାଯାଇଛି। ଏହି ଗ୍ୟାଙ୍ଗରେ ଅଛନ୍ତି ୪ ଅଣଓଡ଼ିଆ ଯୁବତୀ ଓ ୬ଜଣ ପେଶାଦାର ଅପରାଧୀ। ସେମାନଙ୍କଠାରୁ ଠାରୁ ୪୭ ହଜାର ଟଙ୍କ।, ସୁନାଚେନ୍, ୩ଟି କାର୍, ଦୁଇଟି ବାଇକ୍ ଓ ୧୨ ମୋବାଇଲ ଜବତ କରିଛି କମିଶନରେଟ୍ ପୋଲିସ। ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ଘର କୋଲକତାରେ ଓ ଅନ୍ୟ ଜଣଙ୍କ ଘର ବିହାରରେ। ପୋଲିସ କମିଶନର ରାଜେନ୍ଦ୍ର […]

sex-loot

sex-loot

Rakesh Mallick
  • Published: Tuesday, 01 December 2015
  • Updated: 01 December 2015, 04:22 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଅଭିନବ ଉପାୟରେ ଲୁଟୁଥିବା ଏକ ଲୁଟେରା ଗ୍ୟାଙ୍ଗକୁ ଗିରଫ କରାଯାଇଛି। ଏହି ଗ୍ୟାଙ୍ଗରେ ଅଛନ୍ତି ୪ ଅଣଓଡ଼ିଆ ଯୁବତୀ ଓ ୬ଜଣ ପେଶାଦାର ଅପରାଧୀ। ସେମାନଙ୍କଠାରୁ ଠାରୁ ୪୭ ହଜାର ଟଙ୍କ।, ସୁନାଚେନ୍, ୩ଟି କାର୍, ଦୁଇଟି ବାଇକ୍ ଓ ୧୨ ମୋବାଇଲ ଜବତ କରିଛି କମିଶନରେଟ୍ ପୋଲିସ। ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ଘର କୋଲକତାରେ ଓ ଅନ୍ୟ ଜଣଙ୍କ ଘର ବିହାରରେ। ପୋଲିସ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, ସୋମବାର ପଶ୍ଚିମ ଓଡ଼ିଶାର ଜଣେ ବ୍ୟବସାୟୀଙ୍କ ସହ ଯୋଗାଯୋଗ କରିଥିଲା ଏଇ ଗ୍ୟାଙ୍ଗ। ବ୍ୟବସାୟୀ ଜଣଙ୍କ ଫୁଲ ନଖରାରେ ଆସି ପହଞ୍ଚି ଥିଲେ। ଫୁଲନଖରାରୁ ଏହି ଗ୍ୟାଙ୍ଗର ୩ ଜଣ ଯୁବକ ବ୍ୟବସାୟୀଙ୍କୁ ଧରି ଯାଇଥିଲେ ନହରକଣ୍ଟା। ସେଠାରେ ରୁମରେ ଥିଲେ ୩ ଯୁବତୀ। ପରେ ଯୁବକଙ୍କଠାରୁ ୫୧ ହଜାର ଟଙ୍କ। ଓ ସୁନା ଚେନ୍ ଲୁଟି ନେଇ ବ୍ୟବସାୟୀଙ୍କୁ ସେମାନଙ୍କ ଗାଡିରେ ଆଣି ରାସ୍ତାରେ ଛାଡି ଚମ୍ପଟ ମାରିଥିଲେ। ଗତକାଲି ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଲିଫ୍ଟ ମାଗି କାର ଲୁଟ ଘଟଣାରେ ଏହି ଗ୍ୟାଙ୍ଗର ସମ୍ପୃକ୍ତି ରହିଛି ନା ନାହିଁ ସେ ନେଇ ତନାଘନା ଚଳାଇଛି କମିଶନରେଟ୍ ପୋଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos