ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍‌

ଆଜି ସକାଳେ ମନ୍ଦିରର ମୁଖ୍ୟ ପୂଜକ ମନ୍ଦିର ତାଲା ଭଙ୍ଗା ଯାଇଥିବା ଦେଖି ସ୍ଥାନୀୟ ଲୋକଙ୍କୁ କହିଥିଲେ।

ମନ୍ଦିର ବାହାରେ ପଡ଼ିଛି ହୁଣ୍ଡି

  • Published: Sunday, 04 August 2024
  • , Updated: 04 August 2024, 01:47 PM IST

ଗଞ୍ଜାମ ଜିଲ୍ଲା ହୁମା ନିକଟ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠରୁ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍ କରାଯାଇଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ ମନ୍ଦିର ତାଲା ଭାଙ୍ଗି ହୁଣ୍ଡିରୁ ଭକ୍ତଙ୍କ ଦାନ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ଆଜି ସକାଳେ ମନ୍ଦିରର ମୁଖ୍ୟ ପୂଜକ ମନ୍ଦିର ତାଲା ଭଙ୍ଗା ଯାଇଥିବା ଦେଖି ସ୍ଥାନୀୟ ଲୋକଙ୍କୁ କହିଥିଲେ। ପରେ ମନ୍ଦିର ପାର୍ଶ୍ୱରେ ହୁଣ୍ଡି ଭଙ୍ଗା ଯାଇଥିବା ସେମାନେ ଦେଖିବାକୁ ପାଇଥିଲେ।

ମନ୍ଦିର କମିଟି ପକ୍ଷରୁ ହୁମା ଫାଣ୍ଡିରେ ଚୋରି ସମ୍ପର୍କରେ ଅଭିଯୋଗ କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିବା ବେଳେ ତଦନ୍ତ ଜାରି ରଖିଛି।

Related story