ରାଉରକେଲା: ବନ୍ଧମୁଣ୍ଡା ଅଞ୍ଚଳରେ ଜଣେ ମହିଳାଙ୍କ ଛୁରା ମାଡ଼ରେ ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଆହତ ମହିଳା ଜଣଙ୍କ ହେଲେ ଲକ୍ଷ୍ମୀ ତରାଇ। ଲକ୍ଷ୍ମୀଙ୍କୁ ରାଉରକେଲା ଆଇଜିଏଚ୍ରେ ଭର୍ତ୍ତି କରାଯାଇଛି। ବନ୍ଧମୁଣ୍ଡା ପରିବା ମାର୍କେଟ୍ରେ ଶାନ୍ତି ସିଂ ତାଙ୍କୁ ଛୁରାମାଡ଼ କରିଥିଲେ। ପରକୀୟାପ୍ରୀତିକୁ କେନ୍ଦ୍ର କରି ଶାନ୍ତି ଲକ୍ଷ୍ମୀଙ୍କୁ ଛୁରା ମାଡ଼ କରିଥିବା ଜଣାପଡିଛି। ପୋଲିସ ଶାନ୍ତିକୁ ଗିରଫ କରିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଆକ୍ରମଣରେ ବ୍ୟବହୃତ ଛୁରି ପୋଲିସ ଉଦ୍ଧାର କରିଛି। ଉଭୟ ଆହତ ଓ ଅଭିଯୁକ୍ତ ମହିଳା ପରିବା ବିକାଳି ବୋଲି ଜଣାପଡିଛି।
ଅଭିଯୁକ୍ତ ଶାନ୍ତି କହିଛି, “ମୋ ସ୍ୱାମୀ ସହ ୩ ବର୍ଷରୁ ଊର୍ଦ୍ଧ୍ୱ ହେବ ସେ ମହିଳାଙ୍କର ଖରାପ ସମ୍ପର୍କ ଥିଲା। ବାରମ୍ବାର ମାନ କରିବା ସତ୍ତ୍ୱେ କିଛି ଲାଭ ହେଲା ନାହିଁ। ତେଣୁ ଏପରି କିରିଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋ ଭାଇରାଲ୍ କଲେ ପ୍ରେମିକ; ଝୁଲି ପଡ଼ିଲେ ପ୍ରେମିକା
ପରବର୍ତ୍ତୀ ସମୟରେ ଭାନୁ ବିବାହ ପାଇଁ ରାଜି ହୋଇନଥିଲେ। ଯେଉଁଥିପାଇଁ ଚିନ୍ତାରେ ପଡ଼ି ଯାଇଥିଲେ ଅନୀଲ୍। ଆଉ ନିଜ ପାଖରେ ଥିବା ଭାନୁଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ସୋଶାଲ୍ ମିଡିଆରେ ଭାଇରାଲ କରି ଦେଇଥିଲେ।
Crime
ରାଜଧାନୀ ମର୍ଡର ମାମଲାରେ ୨ ମହିଳାଙ୍କ ସହ ୫ ଗିରଫ
କେଦାରପଲ୍ଲୀ ବସ୍ତିରେ ସହଦେବ ନାୟକ ଘର। ବୁଧବାର ସକାଳ ପ୍ରାୟ ୮ଟା ବେଳେ ସେ ସ୍କୁଟିରେ ଯାଉଥିବା ବେଳେ ଆକ୍ରମଣ ହୋଇଥିଲା। କେଦାରପଲ୍ଲୀ ଲକ୍ଷ୍ମୀଧର ନାୟକ ଓରଫ ମଣ୍ଟି ଓ ତାଙ୍କର ସହଯୋଗୀ ଖୋର୍ଦ୍ଧା ଜିଲ୍ଲାର ରକି ନାୟକ ଆକ୍ରମଣ କରିଥିଲା।
Crime
ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ: ନିଜକୁ ଗୁଳି କରି ଦେଲେ ସିଆଇଏସ୍ଏଫ୍ ଯବାନ
ମୃତ ଯବାନଙ୍କ ଘର କେରଳରେ ହୋଇଥିବା ବେଳେ ଏହି ଅଘଟଣ ପଛର ପ୍ରକୃତ କାରଣ ଜଣାପଡ଼ିନାହିଁ।
Crime
ଅଫିସ ପାର୍କିଂରେ ମହିଳା ସହକର୍ମୀଙ୍କୁ ବୀଭତ୍ସ ହତ୍ୟା: ସମସ୍ତେ ଦେଖିଲେ, କିନ୍ତୁ କିଛି କଲେନି
ଯୁବକ ଜଣଙ୍କ ପାର୍କିଂ ଲଟରେ ମହିଳାଙ୍କୁ ଆକ୍ରମଣ କରୁଥିବା ବେଳେ ସମସ୍ତେ ଏହାକୁ ଦେଖିଥିଲେ। କିନ୍ତୁ କେହି ବି ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
Crime
ସାମ୍ୱାଦିକଙ୍କୁ ମାଡ଼ ମାରି ଜେଲ୍ ଗଲେ ମାତାଲ ଏସ୍ଡିଓ ଓ ଯନ୍ତ୍ରୀ
ସାମ୍ବାଦିକଙ୍କୁ ଦେଖୁ ଦେଖୁ ମାତାଲ ଅବସ୍ଥାରେ ଥିବା ଏସ୍ଡିଓ ଜଗନ୍ନାତ ପତି ତାତି ଯାଇଥିଲେ। ଅତି ଅଭଦ୍ର ଭାଷାରେ ଗାଳି ଦେଇଥିଲେ। ତା’ପରେ ସେ ଓଟିଭି ପ୍ରତିନିଧି ଅବିନାଶ ନନ୍ଦଙ୍କୁ ଆକ୍ରମଣ କରିଥିଲେ। ପରେ ଆଉ ଜଣେ ସାମ୍ବାଦିକ ସଂଜୟ ବେହେରାଙ୍କ ତଣ୍ଟିଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ।