ପୁଅ ଉପରେ ଥିବା ରାଗ ବାପା ଉପରେ ସୁଝାଇଲେ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି।

ଆକ୍ରମଣର ଶିକାର ହୋଇଥିବା ହରିହର ସାହୁ

  • Published: Monday, 19 August 2024
  • , Updated: 19 August 2024, 09:22 PM IST

ପୁରୀ ଟାଉନ ଥାନା ହାଡ଼ଗୋଡ଼ିଆ ସାହିରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ୯ ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାଁ ହରିହର ସାହୁ। 

ଗୁରୁତର ହରିହରଙ୍କୁ ପ୍ରଥମେ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତାଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ଭାଗକୁ ଖଣ୍ଡାରେ ହାଣି ଦେଇଛନ୍ତି ଦୁର୍ବୃତ୍ତମାନେ। 

ହରିହର ସାହୁଙ୍କ ଘର ପୁରୀର ହାଡ଼ଗୋଡ଼ିଆ ସାହି ରାଧାଗୋବିନ୍ଦ ଲେନ୍‌ରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି। ଗତ ୮ ତାରିଖରେ ଦିନେଶ ଖୁଣ୍ଟିଆ ହତ୍ୟା ଘଟଣାରେ ହରିହରଙ୍କ ପୁଅ ଜେଲ ଯାଇଛନ୍ତି। ତେଣୁ ଦିନେଶ ଖୁଣ୍ଟିଆଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ହରିହରଙ୍କୁ ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି। ୯ ଜଣ ବ୍ୟକ୍ତି ମୁହଁରେ ମୁଖା ବାନ୍ଧି ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିଥିଲେ। ଟାଉନ ଥାନା ପୁଲିସ ଘଟଣାର ତଦନ୍ତ କରୁଛି।  

 

Related story