ସାଇ ମନ୍ଦିରରୁ ଚୋରି

ଉଦଳା: ମୟୂରଭଞ୍ଚ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଭୀମତାଳି ଛକ ନିକଟରେ ଥିବା ଶିରିଡ଼ି ସାଇ ମନ୍ଦିରରୁ ଗତକାଲି ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। କେହି ଦୁର୍ବୃତ୍ତ ମନ୍ଦିରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରି ନେଇଛି। ବାବାଙ୍କ ମୁଣ୍ଡ  ଉପରେ ଥିବା ରୂପା ଛତା, ମୁକୁଟ ସହିତ ହୁଣ୍ଡି ବାକ୍ସ ଭାଙ୍ଗି ଟଙ୍କା ଓ ରୂପା ଚିତା ଲୁଟି ନେଇଛି। ଆଜି ସକାଳେ ଏହା ଜଣାପଡ଼ିବା ପରେ ପୋଲିସ୍ ମନ୍ଦିରରେ ପହଞ୍ଚି […]

saitemple

Rakesh Mallick
  • Published: Wednesday, 04 January 2017
  • , Updated: 04 January 2017, 09:08 AM IST

ଉଦଳା: ମୟୂରଭଞ୍ଚ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଭୀମତାଳି ଛକ ନିକଟରେ ଥିବା ଶିରିଡ଼ି ସାଇ ମନ୍ଦିରରୁ ଗତକାଲି ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। କେହି ଦୁର୍ବୃତ୍ତ ମନ୍ଦିରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରି ନେଇଛି। ବାବାଙ୍କ ମୁଣ୍ଡ  ଉପରେ ଥିବା ରୂପା ଛତା, ମୁକୁଟ ସହିତ ହୁଣ୍ଡି ବାକ୍ସ ଭାଙ୍ଗି ଟଙ୍କା ଓ ରୂପା ଚିତା ଲୁଟି ନେଇଛି।

ଆଜି ସକାଳେ ଏହା ଜଣାପଡ଼ିବା ପରେ ପୋଲିସ୍ ମନ୍ଦିରରେ ପହଞ୍ଚି ତଦନ୍ତ କରିଛି। ମନ୍ଦିରରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ପୋଲିସ୍ ଯାଞ୍ଚ କରୁଛି।

Related story