ଭୁବନେଶ୍ୱର:ମିଦାସ ଚିଟଫଣ୍ଡ ନାଁରେ ୫୦କୋଟି ଟଙ୍କା ଠକେଇ ଅଭିଯୋଗରେ ସଂସ୍ଥାର ମ୍ୟାନେଜିଂ ଡାଇରେକ୍ଟର ଓ ଡାଇରେକ୍ଟରଙ୍କୁ ଆଜି ସିବିଆଇ ଗୁଜରାଟର ଭଦୋଦରାସ୍ଥିତ ଗୋତ୍ରୀରୁ ଗିରଫ କରିଛି। ସେମାନେ ହେଲେ ଏମଡି ସୌଭାଗ୍ୟ ସାମଲ ଓ ଡାଇରେକ୍ଟର ନିରୁପମା ସାମଲ। ୨୦୧୩ରୁ ସେମାନେ ଫେରାର ଥିଲେ। ସେମାନଙ୍କୁ ବରୋଦା କୋର୍ଟରେ ହାଜର କରାଯିବ। ମିଦାସ ଚିଟଫଣ୍ଡ ନାଁରେ ୫୦କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗ ରହିଛି। ଏହି ସଂସ୍ଥା ଭୁବନେଶ୍ୱର ସମେତ ଅନୁଗୋଳ, ଢେଙ୍କାନାଳ ଓ ବାରିପଦାରେ କାର୍ଯ୍ୟାଳୟ ଖୋଲି କାରବାର କରୁଥିଲା।
ସେହିଭଳି ରାଜ୍ୟ ବାହାରେ ମହାରାଷ୍ଟ୍ର, ଆସାମ, ଗୁଜରାଟ ଓ ଛତିଶଗଡ଼ରେ ମଧ୍ୟ କମ୍ପାନୀ ବ୍ରାଞ୍ଚ ଖୋଲି ଚିଟଫଣ୍ଡ ସହ ରିଅଲ ଇଷ୍ଟେଟ୍ ଓ ବୀମା ଆଦି ବ୍ୟବସାୟ କରୁଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବନ୍ଦ କୋଠରୀରୁ ୮ ଦିନ ପରେ ସ୍ୱାମୀ ଉଦ୍ଧାର, ଖାଇବାକୁ ନଦେଇ ନିସ୍ତୁକ ମାଡ଼ ମାରି ବନ୍ଦୀ କରିଥିଲେ ସ୍ତ୍ରୀ
କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା।
Crime
ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ
ପରିବାର ଲୋକେ ଖବର ପାଇ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ।
Crime
୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ୫୫ ବର୍ଷୀୟ ବ୍ୟକ୍ତି ଗିରଫ
ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ତା’ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Crime
ଶିଶୁ ବିକ୍ରି ଘଟଣା: ନିଲମ୍ବିତ ଏଏନ୍ଏମ୍ ଗିରଫ, ଆଉ ୨ ଜଣଙ୍କୁ ବି ବାନ୍ଧିଲା ପୁଲିସ
ଏହି ଘଟଣାରେ ନିଜେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରାଉଣ୍ଡଜିରୋକୁ ଯାଇ ଘଟଣାର ତନାଘନା କରିଥିଲେ।