ବାଲେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ମୟୂରଭଞ୍ଜ ଜିଲ୍ଲା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପରେ ନିଯୁକ୍ତ କନିଷ୍ଠ ଯନ୍ତ୍ରୀ ଭବାନୀଶଙ୍କର ପାଣିଗ୍ରାହୀଙ୍କ ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। ଚଢାଉ ବେଳେ ଏକାଧିକ ଜମି ପଟ୍ଟା, ବ୍ୟାଙ୍କ ପାସବୁକ୍, ସୁନା ଅଳଙ୍କାର, ଫିକ୍ସ ଡିପୋଜିଟ ଓ ବୀମା ସାର୍ଟିଫିକେଟ ଜବତ କରାଯାଇଛି।
ଭବାନୀଙ୍କ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକରେ ଥିବା ଅଫିସ, ବାଲେଶ୍ୱର ଜିଲ୍ଲା ଚୂନାଭାଟି ସ୍ଥିତ ନିଜଘର, ସାହୁପଡ଼ା ଶଶ୍ୱୁର ଘର ଓ ଜମ୍ବେଶ୍ୱର ପୈତୃକ ଘରେ ଭିଜିଲାନ୍ସ ଅଧିକାରୀମାନେ ଏକକାଳୀନ ଚଢ଼ାଉ କରିଥିଲେ। ଭିଜିଲାନ୍ସ ଡିଏସ୍ପି ମଧୁସୂଦନ ବେହେରାଙ୍କ ନେତୃତ୍ୱରେ ୪ଟି ଟିମ୍ ଏହି ଚଢାଉ କରିଥିଲା। ଭବାନୀଙ୍କର ଏକାଧିକ ସ୍ଥାନରେ ଦୁଇ ମହଲା କୋଠା ଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ମଦ ପିଇ ତିନି ସାଙ୍ଗଙ୍କ ବେପରୁଆ ଗାଡ଼ି ଚାଳନା; ଅଟକାଇବାରୁ ପୁଲିସକୁ ମାରିଦେଲେ
ପୁଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ମୃତ।
Crime
ବନ୍ଦ କୋଠରୀରୁ ୮ ଦିନ ପରେ ସ୍ୱାମୀ ଉଦ୍ଧାର, ଖାଇବାକୁ ନଦେଇ ନିସ୍ତୁକ ମାଡ଼ ମାରି ବନ୍ଦୀ କରିଥିଲେ ସ୍ତ୍ରୀ
କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା।
Crime
ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ
ପରିବାର ଲୋକେ ଖବର ପାଇ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ।