ଡାକ୍ତର ମୋତିଲାଲ ଗୌଡ଼ଙ୍କ ଶ୍ୱଶୁରଙ୍କୁ ଭିଜିଲାନ୍ସର ଜେରା

ଭୁବନେଶ୍ୱର: ମିଥ୍ୟା ବିଜ୍ଞପ୍ତି ମାମଲାର ମୁଖ୍ୟ ଅଭିଯୁକ୍ତ ଡାକ୍ତର ମୋତିଲାଲ ଗୌଡ଼ଙ୍କ ଶ୍ୱଶୁର କିଶୋର ଚନ୍ଦ୍ର ଗୌଡଙ୍କୁ ଆଜି  ଭିଜିଲାନ୍ସ ୩ ଘଣ୍ଟା ଧରି ଜେରା କରିଛି। ଝିଅ ରେଶମା ମଞ୍ଜରୀ ଗୌଡ ଏବଂ ଜ୍ୱାଇଁ ମୋତିଲାଲଙ୍କ ଟଙ୍କା ହଡ଼ପ ମାମଲାରେ  ଭିଜିଲାନ୍ସ ତାଙ୍କୁ ପଚରାଉଚରା କରିଛି। କିଶୋର  କୋରାପୁଟର ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି। ଜେରାବେଳେ କିଶୋର  ନିଜର ୩୫ ଲକ୍ଷ ଟଙ୍କାର ସମ୍ପତ୍ତି ଥିବା  ଭିଜିଲାନ୍ସକୁ ତଥ୍ୟ ଦେଇଛନ୍ତି। ତାଙ୍କ ଝିଅ ଓ […]

motilal

motilal

Rakesh Mallick
  • Published: Thursday, 28 July 2016
  • Updated: 28 July 2016, 06:17 PM IST

Sports

Latest News

ଭୁବନେଶ୍ୱର: ମିଥ୍ୟା ବିଜ୍ଞପ୍ତି ମାମଲାର ମୁଖ୍ୟ ଅଭିଯୁକ୍ତ ଡାକ୍ତର ମୋତିଲାଲ ଗୌଡ଼ଙ୍କ ଶ୍ୱଶୁର କିଶୋର ଚନ୍ଦ୍ର ଗୌଡଙ୍କୁ ଆଜି  ଭିଜିଲାନ୍ସ ୩ ଘଣ୍ଟା ଧରି ଜେରା କରିଛି। ଝିଅ ରେଶମା ମଞ୍ଜରୀ ଗୌଡ ଏବଂ ଜ୍ୱାଇଁ ମୋତିଲାଲଙ୍କ ଟଙ୍କା ହଡ଼ପ ମାମଲାରେ  ଭିଜିଲାନ୍ସ ତାଙ୍କୁ ପଚରାଉଚରା କରିଛି। କିଶୋର  କୋରାପୁଟର ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି। ଜେରାବେଳେ କିଶୋର  ନିଜର ୩୫ ଲକ୍ଷ ଟଙ୍କାର ସମ୍ପତ୍ତି ଥିବା  ଭିଜିଲାନ୍ସକୁ ତଥ୍ୟ ଦେଇଛନ୍ତି। ତାଙ୍କ ଝିଅ ଓ ଜ୍ୱାଇଁଙ୍କ ଆର୍ଥିକ କାରବାର ସମ୍ପର୍କରେ ସେ କିଛି ଜାଣି ନାହାନ୍ତି ବୋଲି  ସେ କହିଛନ୍ତି।

କିଶୋର ଗୌଡ କହିଛନ୍ତି, “ଭିଜିଲାନ୍ସ ମୋ ସମ୍ପତ୍ତି ବିଷୟରେ ପଚାଉଚରା ପାଇଁ ଡାକିଥିଲା। ମୋର ପ୍ରଥମେ ଗୁଜୁରାଳିରେ ଘର ଥିଲା। ସେଠାରେ ମୋର ୨୦ ଏକର ଜମି ଓ ୧୦୦ଟି ଗାଈ ଥିଲା। ମୋ ଝିଅ ମେଡିକାଲ ଏଣ୍ଟ୍ରାସ ପାଇବା ପରେ ଗାଁ ସମସ୍ତ ସମ୍ପତ୍ତି ବିକ୍ରି କରିଦେଇ  ମୁଁ  ବ୍ରହ୍ମପୁରର ଘର କରିଥିଲି। ମୋ ୩୫ ଲକ୍ଷ ଟଙ୍କାର ସମ୍ପତ୍ତି ଥିବା ଭିଜିଲାନ୍ସକୁ ଦେଖାଇଲି। ଗତବର୍ଷ ମୋ ଝିଅ ଏବିବିଏସ୍‌ ପାସ୍‌ କରିଥିଲା। ଝିଅ ପିଜି କରିବା ପାଇଁ  ପ୍ରସ୍ତୁତ ହେଉଥିଲା। ଝିଅ ଓ ଜ୍ୱାଇଁଙ୍କ ଆର୍ଥିକ କାରବାର ସମ୍ପର୍କରେ  ମୁଁ କିଛି ଜାଣି ନାହିଁ କି ତାଙ୍କୁ ସହଯୋଗ କରିନି ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos