ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ମହିଳାଙ୍କ ସମେତ ୪ ଗିରଫ

କନ୍ଧମାଳ: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଦଡିଙ୍ଗିଆ ଗ୍ରାମର ଜଣେ ନାବାଳିକାକୁ ବାରମ୍ବାର ବଳତ୍କାର କରିବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବଳାତ୍କାରର ଶିକାର ନାବାଳିକା ଜଣଙ୍କ ଗତ ୧୯ ତାରିଖରେ ରାଇକିଆ ମେଡିକାଲରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛି। ଘଟଣା ସମ୍ପର୍କରେ ଜାଣିବା ପରେ ରାଇକିଆ ପୋଲିସ ମେଡିକାଲ ଯାଇ ନାବାଳିକାଙ୍କ ବୟାନ ନେବା ପରେ ଜଣେ ଯୁବତୀ ସମେତ ୪ ଜଣଙ୍କୁ ଗିରଫ କରିଛି। […]

kandhamal,,,,,,,,,,,,

Rakesh Mallick
  • Published: Thursday, 25 February 2016
  • , Updated: 25 February 2016, 09:32 AM IST

କନ୍ଧମାଳ: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଦଡିଙ୍ଗିଆ ଗ୍ରାମର ଜଣେ ନାବାଳିକାକୁ ବାରମ୍ବାର ବଳତ୍କାର କରିବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବଳାତ୍କାରର ଶିକାର ନାବାଳିକା ଜଣଙ୍କ ଗତ ୧୯ ତାରିଖରେ ରାଇକିଆ ମେଡିକାଲରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛି। ଘଟଣା ସମ୍ପର୍କରେ ଜାଣିବା ପରେ ରାଇକିଆ ପୋଲିସ ମେଡିକାଲ ଯାଇ ନାବାଳିକାଙ୍କ ବୟାନ ନେବା ପରେ ଜଣେ ଯୁବତୀ ସମେତ ୪ ଜଣଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, ପୀଡ଼ିତା ନାବାଳିକା ୨୦୧୫ ଏପ୍ରିଲରେ କୌଣସି କାର୍ଯ୍ୟରେ ନିଜ ବଡ଼ ଭଉଣୀ ଘରକୁ ଯାଇଥିଲେ। ସେଠାରେ ଜଣେ ଯୁବକ ତାକୁ ଡରାଇ ଧମକାଇ ବଳତ୍କାର କରିଥିଲା। ପରେ ପୀଡ଼ିତା ନିଜ ଘରକୁ ଫେରି ଆସିଥିଲେ। କିଛି ଦିନ ପରେ ଜଣେ ଯୁବତୀ ତାଙ୍କ ପ୍ରେମିକ ସହ ମିଶି ନାବାଳିକାକୁ ସିଲେଇ କାମ ଶିଖାଇବା ବାହାନାରେ ମଣ୍ଡାକିଆ ଗ୍ରାମକୁ ନେଇ ଜଣେ ଯୁବକ ସହ ମିଶିବା ପାଇଁ ବାଧ୍ୟ କରିଥିଲେ। ସେଠାରେ ନାବାଳିକାଙ୍କୁ ପୁଣି ବଳତ୍କାର କରାଯାଇଥିଲା।

Related story