ନାବାଳିକାର ତଣ୍ଟି କାଟି ଯୁବକ ଫେରାର

ବ୍ରହ୍ମପୁର/ଭୁବନେଶ୍ୱର: ଗଞ୍ଜାମ ଆର୍ଯ୍ୟପାଲି ଅଞ୍ଚଳରେ ଘଟିଛି ଏକ ଜଘନ୍ୟ ଘଟଣା। ଜଣେ ୮ ବର୍ଷର ବାଳିକାର ତଣ୍ଟିକୁ ଧାରୁଆ ଅସ୍ତ୍ରରେ କାଟି ଜଣେ ୩୫ ବର୍ଷିୟ ଯୁବକ ଫେରାର ହୋଇଯାଇଛନ୍ତି। ଏବେ ନାବାଳିକା ଜଣଙ୍କ ଭୁବନେଶ୍ୱର ଏମ୍ସରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି।

ପିଲାଟି ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିଲେ ବି ତଣ୍ଟିରେ ଗଭୀର ଆଘାତ ଲାଗିଛି। ଭବିଷ୍ୟତରେ ସେ କଥା କହି ପାରିବ କି ନାହିଁ ତାକୁ ନେଇ ସନ୍ଦେହ ରହିଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।