ନବରଙ୍ଗପୁର: ୩୨ଟି ହଣ୍ଡା ଓ ଡେକ୍‌ଚି ଜବତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନା ପୋଲିସ ୩୨ଟି ହଣ୍ଡା ଓ ଡେକ୍‌ଚି ଜବତ କରିଛି। ପଞ୍ଚାୟତ ନିର୍ବାଚନ ପାଇଁ ଏହି ହଣ୍ଡା ଓ ଡେକ୍‌ଚି ବଣ୍ଟା ହେବାକୁ ଯାଉଥିବା ବେଳେ କଂଗ୍ରେସ କର୍ମୀମାନେ ଗାଡ଼ି ଅଟକାଇ ଥାନାକୁ ଖବର ଦେଇଥିଲେ।

ବିଜେଡି ପକ୍ଷରୁ ଏହି ସବୁ ଜିନିଷ ବଣ୍ଟା ହେବାକୁ ଯାଉଥିବା କଂଗ୍ରେସ ଅଭିଯୋଗ କରିଛି। ଏନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।