ନର୍ଲାରେ ନାବାଳିକାକୁ ପୋଡ଼ି ଦେବା ଘଟଣାରେ ୬ ଗିରଫ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ମଧୁପୁର ଗାଁରେ  ଜଣେ ନାବାଳିକା ଦେହରେ କିରୋସିନ୍‌ ଢାଳି ନିଆଁ ଲଗାଇ ଦେବା ଘଟଣାରେ  ୬ଜଣଙ୍କୁ ଗିରଫ କରିଛି ପୋଲିସ୍। ଦୁଇ ମୁଖ୍ୟ ଅଭିଯୁକ୍ତ ବୁଲୁ ଦାସ ଓ  ସାନ ସାହୁଙ୍କ ସହ ସେମାନଙ୍କ ବାପାମାଆଙ୍କୁ ମଧ୍ୟ ଗିରଫ କରାଯାଇଛି। ଗୁରୁତର ଭାବେ ଆହତ ନାବାଳିକାକୁ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ତା’ ଅବସ୍ଥା ସଙ୍କଟାପନ୍ନ ରହିଛି। ପୋଲିସ୍‌ ତା’ ବୟାନ ରେକର୍ଡ କରିଛି। ଝିଅଟି ଶୌଚ […]

kalahandi

Rakesh Mallick
  • Published: Friday, 13 January 2017
  • , Updated: 13 January 2017, 02:32 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ମଧୁପୁର ଗାଁରେ  ଜଣେ ନାବାଳିକା ଦେହରେ କିରୋସିନ୍‌ ଢାଳି ନିଆଁ ଲଗାଇ ଦେବା ଘଟଣାରେ  ୬ଜଣଙ୍କୁ ଗିରଫ କରିଛି ପୋଲିସ୍। ଦୁଇ ମୁଖ୍ୟ ଅଭିଯୁକ୍ତ ବୁଲୁ ଦାସ ଓ  ସାନ ସାହୁଙ୍କ ସହ ସେମାନଙ୍କ ବାପାମାଆଙ୍କୁ ମଧ୍ୟ ଗିରଫ କରାଯାଇଛି। ଗୁରୁତର ଭାବେ ଆହତ ନାବାଳିକାକୁ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ତା’ ଅବସ୍ଥା ସଙ୍କଟାପନ୍ନ ରହିଛି। ପୋଲିସ୍‌ ତା’ ବୟାନ ରେକର୍ଡ କରିଛି।

ଝିଅଟି ଶୌଚ ହେବାକୁ ଯାଇଥିବା ବେଳେ ଅଭିଯୁକ୍ତ ବୁଲୁ ଓ ସାନ ତାଙ୍କୁ କମେଣ୍ଟ୍ ମାରିଥିଲେ। ଝିଅର ମା’ ଏହାକୁ ବିରୋଧ କରି ଥିଲେ। ତେଣୁ ରାଗ ରଖି ବୁଲୁ ଓ ସାନ ଝିଅଟି ଘରେ ଏକା ଥିବା ବେଳେ ତା’ ଉପରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା।

Related story