ନୟାଗଡ଼: ୫ହଜାର ଟଙ୍କା ପାଇଁ ସ୍ତ୍ରୀକୁ ସ୍ୱାମୀର ହତ୍ୟା ଅଭିଯୋଗ

ନୟାଗଡ଼: ୫ ହଜାର ଟଙ୍କା ପାଇଁ ପତ୍ନୀକୁ ହତ୍ୟା କଲା ସ୍ୱାମୀ। ଏହି ଦୁଃଖଦ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ବେତନଟିରେ। ପତ୍ନୀ ମଲ୍ଲି ନାଏକଙ୍କୁ ସ୍ୱାମୀଚଣ୍ଡାଳ ମଲ୍ଲିକ ମାଣିଆକୋଟ ଜଙ୍ଗଲରେ କଟୁରୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ୪ ଦିନପରେ ମୃତ ମହିଳାଙ୍କ ଗଳିତ ଶବକୁ ମାଣିଆକୋଟ ଜଙ୍ଗଲରୁ ଉଦ୍ଧାର କରିଛି ଓଡ଼ଗାଁ ପୋଲିସ। ଅଭିଯୁକ୍ତ ଚଣ୍ଡାଳକୁ ପୋଲିସ୍ ଗିରଫ କରିଛି। ଘଟଣା ସ୍ଥଳରୁ ରକ୍ତ ଭିଜା କଟୁରୀ ଓ […]

MURDER

Rakesh Mallick
  • Published: Monday, 08 February 2016
  • , Updated: 08 February 2016, 02:16 PM IST

ନୟାଗଡ଼: ୫ ହଜାର ଟଙ୍କା ପାଇଁ ପତ୍ନୀକୁ ହତ୍ୟା କଲା ସ୍ୱାମୀ। ଏହି ଦୁଃଖଦ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ବେତନଟିରେ। ପତ୍ନୀ ମଲ୍ଲି ନାଏକଙ୍କୁ ସ୍ୱାମୀଚଣ୍ଡାଳ ମଲ୍ଲିକ ମାଣିଆକୋଟ ଜଙ୍ଗଲରେ କଟୁରୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ୪ ଦିନପରେ ମୃତ ମହିଳାଙ୍କ ଗଳିତ ଶବକୁ ମାଣିଆକୋଟ ଜଙ୍ଗଲରୁ ଉଦ୍ଧାର କରିଛି ଓଡ଼ଗାଁ ପୋଲିସ। ଅଭିଯୁକ୍ତ ଚଣ୍ଡାଳକୁ ପୋଲିସ୍ ଗିରଫ କରିଛି। ଘଟଣା ସ୍ଥଳରୁ ରକ୍ତ ଭିଜା କଟୁରୀ ଓ ମୋଟର ସାଇକେଲକୁ ଜବତ କରାଯାଇଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପ୍ରାଥମିକ ତଦନ୍ତ ପରେ ପୋଲିସ ସୂଚନା ଦେଇଛି। ୧୨ବର୍ଷ ତଳେ ମଲ୍ଲୀଙ୍କୁ ବିବାହ କରିଥିଲା ଚଣ୍ଡାଳ।

Related story