ନିଶା ନିବାରଣ କେନ୍ଦ୍ର କାଉନସେଲର ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ନିଶାନିବାରଣ କେନ୍ଦ୍ର କାଉନସେଲର ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତ ଅଶୋକ ବର୍ମାକୁ ରାଉରକେଲାରୁ ଗିରଫ କରିଛି ମଞ୍ଚେଶ୍ୱର ପୋଲିସ। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ। ପୂର୍ବରୁ ଏହି ଘଟଣାରେ କମିଶନରେଟ୍ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଦୁଇ ଜଣ ହେଲେ ବାଲେଶ୍ୱରର ସରୋଜ ରଞ୍ଜନ ଦାସ ଏବଂ ଅସ୍ତରଙ୍ଗର ଜ୍ୟୋତିରଞ୍ଜନ ସାହୁ। ଡିସେମ୍ୱର ୨୯ରେ ନିଶା ନିବାରଣ କେନ୍ଦ୍ରରୁ ବାହାରକୁ ଯାଇ ଅଏସ୍ କରିବାକୁ ୬ରୁ ଅଧିକ ଅନ୍ତେବାସୀ ଯୋଜନା କରିଥିଲେ। ଏଥିରେ […]

nisha1

Rakesh Mallick
  • Published: Tuesday, 05 January 2016
  • , Updated: 05 January 2016, 06:42 AM IST

ଭୁବନେଶ୍ୱର: ଭୁବନେଶ୍ୱର ନିଶାନିବାରଣ କେନ୍ଦ୍ର କାଉନସେଲର ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତ ଅଶୋକ ବର୍ମାକୁ ରାଉରକେଲାରୁ ଗିରଫ କରିଛି ମଞ୍ଚେଶ୍ୱର ପୋଲିସ। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ।

ପୂର୍ବରୁ ଏହି ଘଟଣାରେ କମିଶନରେଟ୍ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଦୁଇ ଜଣ ହେଲେ ବାଲେଶ୍ୱରର ସରୋଜ ରଞ୍ଜନ ଦାସ ଏବଂ ଅସ୍ତରଙ୍ଗର ଜ୍ୟୋତିରଞ୍ଜନ ସାହୁ। ଡିସେମ୍ୱର ୨୯ରେ ନିଶା ନିବାରଣ କେନ୍ଦ୍ରରୁ ବାହାରକୁ ଯାଇ ଅଏସ୍ କରିବାକୁ ୬ରୁ ଅଧିକ ଅନ୍ତେବାସୀ ଯୋଜନା କରିଥିଲେ। ଏଥିରେ କାଉନସେଲର ସୁମିତ ବେହେରା ବାଧକ ସାଜିଥିଲେ। ସେମାନେ ଉତକ୍ଷିପ୍ତ ହୋଇ ସୁମିତଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏହି ଘଟଣାର ଖୋଳତାଡ଼ କରି ମଞ୍ଚେଶ୍ୱର ପୋଲିସ ୨ଜଣଙ୍କୁ କଟକ ଓ ବାଲେଶ୍ୱର ଅଞ୍ଚଳରୁ ଗିରଫ କରିଥିଲା

Related story