ନିଶାନିବାରଣ କେନ୍ଦ୍ରର କେୟାରଟେକର ହତ୍ୟା ମାମଲା: ଆଉ ଜଣେ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ନିଶାନିବାରଣ କେନ୍ଦ୍ର କେୟାର ଟେକର ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛି। ଗିରଫ ଅଭିଯୁକ୍ତର ନାଁ ଅଶୋକ ବର୍ମା। ତାକୁ ରାଉରକେଲାରୁ ଗିରଫ କରିଛି ମଞ୍ଚେଶ୍ୱର ପୋଲିସ। ପୂର୍ବରୁ ଏହି ଘଟଣାରେ କମିଶନରେଟ୍ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଦୁଇ ଜଣ ହେଲେ ବାଲେଶ୍ୱରର ସରୋଜ ରଞ୍ଜନ ଦାସ ଓ ଅସ୍ତରଙ୍ଗର ଜ୍ୟୋତିରଞ୍ଜନ ସାହୁ। ଡିସେମ୍ୱର ୨୯ରେ ନିଶା ନିବାରଣ କେନ୍ଦ୍ରର ୬ରୁ ଅଧିକ ଅନ୍ତେବାସୀ କେୟାରଟେକର ସୁମିତ ବେହେରାଙ୍କୁ […]

nisha1

Rakesh Mallick
  • Published: Tuesday, 05 January 2016
  • , Updated: 05 January 2016, 02:54 PM IST

ଭୁବନେଶ୍ୱର: ଭୁବନେଶ୍ୱର ନିଶାନିବାରଣ କେନ୍ଦ୍ର କେୟାର ଟେକର ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛି। ଗିରଫ ଅଭିଯୁକ୍ତର ନାଁ ଅଶୋକ ବର୍ମା। ତାକୁ ରାଉରକେଲାରୁ ଗିରଫ କରିଛି ମଞ୍ଚେଶ୍ୱର ପୋଲିସ। ପୂର୍ବରୁ ଏହି ଘଟଣାରେ କମିଶନରେଟ୍ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଦୁଇ ଜଣ ହେଲେ ବାଲେଶ୍ୱରର ସରୋଜ ରଞ୍ଜନ ଦାସ ଓ ଅସ୍ତରଙ୍ଗର ଜ୍ୟୋତିରଞ୍ଜନ ସାହୁ। ଡିସେମ୍ୱର ୨୯ରେ ନିଶା ନିବାରଣ କେନ୍ଦ୍ରର ୬ରୁ ଅଧିକ ଅନ୍ତେବାସୀ କେୟାରଟେକର ସୁମିତ ବେହେରାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏହି ଘଟଣାର ଖୋଳତାଡ଼ କରି ମଞ୍ଚେଶ୍ୱର ପୋଲିସ ୨ଜଣଙ୍କୁ କଟକ ଓ ବାଲେଶ୍ୱର ଅଞ୍ଚଳରୁ ଗିରଫ କରିଥିଲା।

Related story