ବାରରେ ବାଉନସର୍ ରଖିବା ଉପରେ ଲାଗିବ ଲଗାମ

କମିଶନରେଟ ପୁଲିସର ବିନା ଅନୁମତିରେ ବାରରେ ବାଉନସର୍ ରଖିପାରିବେନି ମାଲିକ।

Representation image

  • Published: Tuesday, 06 February 2024
  • , Updated: 06 February 2024, 08:23 AM IST

ବାରରେ ବାଉନସର୍ ରଖିବା ଉପରେ ଲାଗିବ ଲଗାମ। କମିଶନରେଟ ପୁଲିସର ବିନା ଅନୁମତିରେ ବାରରେ ବାଉନସର୍ ରଖିପାରିବେନି ମାଲିକ। ଏନେଇ କମିଶନରେଟ୍ ପୁଲିସ ଅଧୀନସ୍ଥ ଅଞ୍ଚଳରେ ଥିବା ବାର୍ ଗୁଡିକ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ସିପି। ବାଉନସର୍ ଙ୍କ ନାଁରେ ଅପାରାଧିକ ମାମଲାର ଖୋଳତାଡ଼ କରିବ ପୁଲିସ।

PSARA ଆକ୍ଟ ଅଧୀନରେ ଥିବା ସିକ୍ୟୁରିଟି ଏଜେନ୍ସି ଗାର୍ଡ ନିୟୋଜିତ କରିପାରିବେ। ବାର୍ ମାଲିକ ସମ୍ପୃକ୍ତ ଗାର୍ଡଙ୍କ ସମ୍ପର୍କରେ ଲିଖିତ ଭାବେ ଜଣାଇବେ। ବାରରେ ନିୟୋଜିତ ହେବାପରେ ବାଉନସର୍ ମାନଙ୍କୁ ନିର୍ଦ୍ଧାରିତ ନିୟମ କାନୁନ ମାନିବାକୁ ପଡ଼ିବ। ଗ୍ରାହକଙ୍କୁ ଦୁର୍ବ୍ୟବହାର ନେଇ ସୂଚନା ମିଳିଲେ, ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।

ଅତ୍ୟାବଶ୍ୟକ ସ୍ଥିତିରେ ବାଉନସର୍ ୧୧୨ ଏମର୍ଜେନ୍ସି ନମ୍ବରକୁ ଯୋଗାଯୋଗ କରିପାରିବେ, କିନ୍ତୁ ନିଜେ ଆଇନକୁ ହାତକୁ ନେଇପାରିବେ ନାହିଁ। ବିଭିନ୍ନ ବାର୍ ମାଲିକଙ୍କୁ ଏ ନେଇ କମିଶନରେଟ ପୁଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Related story