ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ୪ ଲକ୍ଷ ଟଙ୍କା ଲୁଟ୍‌

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ଗଡ଼ନୃସିଂହ ପ୍ରସାଦ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଆଜି ୪ ଲକ୍ଷ ଟଙ୍କା ଲୁଟ ହୋଇଛି। ଅପରାହ୍ନ ସାଢ଼େ ଗୋଟାଏ ବେଳେ ୧୦ରୁ ୧୨ ଜଣ ଡକାୟତ ବ୍ୟାଙ୍କ ଭିତରେ ପଶି ମ୍ୟାନେଜର ଅନନ୍ତ କେଶରୀ ସାହୁଙ୍କୁ ଆକ୍ରମଣ କରି ୪ ଲକ୍ଷ ଟଙ୍କା ଓ ଗୋଟିଏ ବାଇକ୍‌କୁ ନେଇଯାଇଥିଲେ। ବ୍ୟାଙ୍କରୁ ଲୁଟ୍‌ ହୋଇଥିବା ନେଇ ଅଭିଯୋଗ ହେବା ପରେ ଢେଙ୍କାନାଳ ଏସ୍‌ପି ବି.କେ. ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି […]

bank loot

Rakesh Mallick
  • Published: Monday, 09 January 2017
  • , Updated: 09 January 2017, 07:46 PM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ଗଡ଼ନୃସିଂହ ପ୍ରସାଦ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଆଜି ୪ ଲକ୍ଷ ଟଙ୍କା ଲୁଟ ହୋଇଛି। ଅପରାହ୍ନ ସାଢ଼େ ଗୋଟାଏ ବେଳେ ୧୦ରୁ ୧୨ ଜଣ ଡକାୟତ ବ୍ୟାଙ୍କ ଭିତରେ ପଶି ମ୍ୟାନେଜର ଅନନ୍ତ କେଶରୀ ସାହୁଙ୍କୁ ଆକ୍ରମଣ କରି ୪ ଲକ୍ଷ ଟଙ୍କା ଓ ଗୋଟିଏ ବାଇକ୍‌କୁ ନେଇଯାଇଥିଲେ।

ବ୍ୟାଙ୍କରୁ ଲୁଟ୍‌ ହୋଇଥିବା ନେଇ ଅଭିଯୋଗ ହେବା ପରେ ଢେଙ୍କାନାଳ ଏସ୍‌ପି ବି.କେ. ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଯାଜପୁର ସୀମାରୁ ଜଣେ ଦୁର୍ବୃତ୍ତକୁ ସ୍ଥାନୀୟ ଲୋକେ କାବୁ କରି ପୋଲସ୍‌ ଜିମା ଦେଇଛନ୍ତି।

Related story