ଶିକାରୀ ଗିରଫ, ଦେଶୀ ବନ୍ଧୁକ ସହ ମୃତ ଗୁରାଣ୍ଡି ଜବତ

ନୀଳଗିରି (ଓଡ଼ିଶା ରିପୋର୍ଟର): ନୀଳଗିରିର କୁଲଡିଆ ବନ ବିଭାଗ ଜଣେ ଶିକାରୀକୁ ଗତକାଲି ଗିରଫ କରିଛି। ଅଭିଯୁକ୍ତ ଶିକାରୀ ଜଣକ ହେଉଛନ୍ତି ନୀଳଗିରିର ଚମଚଟା ଅଞ୍ଚଳର ଭିମ ହାସଂଦା। ତାଙ୍କ ପାଖରୁ ପୋଲିସ୍ ଏକ ମୃତ ଗୁରାଣ୍ଡି ସହ ଦେଶୀ ବନ୍ଧୁକ ଜବତ କରିଛି।

ଗତକାଲି ରାତିରେ କୁଲଡିଆ ବନ ବିଭାଗ ତରଫରୁ ଚେମଚଟା ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିବା ବେଳେ ନିକଟସ୍ଥ ଜଙ୍ଗଲରୁ ବନ୍ଧୁକ ଫୁଟିବାର ଶବ୍ଦ ଶୁଣାଯାଇଥିଲା। ବନ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଅଭିଯ଼ୁକ୍ତ ଭିମ ହାସଂଦାଙ୍କୁ ଗିରଫ କରିଥିଲେ। ତେବେ ଘଟଣା ସ୍ଥଳରୁ ଅନ୍ୟ ଜଣେ ଅଭିଯୁକ୍ତ ଖସି ପଳାଇବାକୁ ସକ୍ଷମ ହୋଇଥିଲେ।