ଓସ୍କାର ଠକେଇ: ଗୁଜରାଟର ଏଜେଣ୍ଟ ଓ ଜମାକାରୀଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା

ଭୁବନେଶ୍ୱର: ଓସ୍କାର ଚିଟ୍‌ଫଣ୍ଡ୍‌ ଠକେଇ ଶିକାର ଅଭିଯୋଗ ଘଟଣାରେ ଗୁଜରାଟର ଭରୁଚ୍‌ ଜିଲ୍ଲାର ୫ଟି ଶାଖାର ଏଜେଣ୍ଟ ଏବଂ ଜମାକାରୀଙ୍କୁ ଆଜି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଡାକି ପଚରାଉଚରା କରିଛି। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାର ଅଧିକାରୀମାନେ ସେମାନଙ୍କ କାଗଜପତ୍ରକୁ ଯାଞ୍ଚ କରିବା ସହ ଓସ୍କାର କାରବାର ସମ୍ପର୍କରେ ପଚରାଉଚରା କରିଛନ୍ତି। ଭରୁଚ୍‌ ଜିଲ୍ଲାରେ ପ୍ରାୟ ୧୧ କୋଟି ଟଙ୍କାର ଠକେଇ ଡକ୍ୟୁମେଣ୍ଟ ଏଜେଣ୍ଟ ଏବଂ ଜମାକାରୀମାନେ କ୍ରାଇମବ୍ରାଞ୍ଚରେ  ଦାଖଲ କରିଛନ୍ତି। ପଇସା ଶୀଘ୍ର ଫେରାଇ […]

osar

osar

Rakesh Mallick
  • Published: Sunday, 07 August 2016
  • Updated: 07 August 2016, 04:40 PM IST

Sports

Latest News

ଭୁବନେଶ୍ୱର: ଓସ୍କାର ଚିଟ୍‌ଫଣ୍ଡ୍‌ ଠକେଇ ଶିକାର ଅଭିଯୋଗ ଘଟଣାରେ ଗୁଜରାଟର ଭରୁଚ୍‌ ଜିଲ୍ଲାର ୫ଟି ଶାଖାର ଏଜେଣ୍ଟ ଏବଂ ଜମାକାରୀଙ୍କୁ ଆଜି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଡାକି ପଚରାଉଚରା କରିଛି। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାର ଅଧିକାରୀମାନେ ସେମାନଙ୍କ କାଗଜପତ୍ରକୁ ଯାଞ୍ଚ କରିବା ସହ ଓସ୍କାର କାରବାର ସମ୍ପର୍କରେ ପଚରାଉଚରା କରିଛନ୍ତି। ଭରୁଚ୍‌ ଜିଲ୍ଲାରେ ପ୍ରାୟ ୧୧ କୋଟି ଟଙ୍କାର ଠକେଇ ଡକ୍ୟୁମେଣ୍ଟ ଏଜେଣ୍ଟ ଏବଂ ଜମାକାରୀମାନେ କ୍ରାଇମବ୍ରାଞ୍ଚରେ  ଦାଖଲ କରିଛନ୍ତି। ପଇସା ଶୀଘ୍ର ଫେରାଇ ଦେବା ସହ ଦୋଷୀଙ୍କୁ ଗିରଫ କରିବା ପାଇଁ ସେମାନେ ଦାବି କରିଛନ୍ତି। ପ୍ରମୋସନରେ ଯାଇଥିବା ସଂପୃକ୍ତ ଓଲିଉଡ୍‌ କଳାକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବଂ ସେମାନଙ୍କୁ ତଦନ୍ତ ପରିସରକୁ ଅଣାଯାଉ ବୋଲି ମଧ୍ୟ ସଂପୃକ୍ତ ଜମାକାରୀ ଓ ଏଜେଣ୍ଟ କହିଛନ୍ତି। ଏହା  ସହ ସେମାନେ ଚିଟଫଣ୍ଡ ତଦନ୍ତ କମିଶନ ଯାଇ ଶୀଘ୍ର ତାଙ୍କ ଜମା ଟଙ୍କା ଫେରସ୍ତ କରିବାକୁ ଦାବି କରିବେ।

ଏହା ପୂର୍ବରୁ ଗୁଜରାଟ ଓ ସୁରଟରୁ ଜମାକାରୀମାନେ ଆସି ବିଧାନସଭା ଆଗରେ ବିକ୍ଷୋଭ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos