ପଦ୍ମପୁର ତହସିଲଦାରଙ୍କ ସରକାରୀ ବାସଭବନରୁ ଚୋରି

ରାୟଗଡା: ରାୟଗଡା ଜିଲ୍ଲା ପଦ୍ମପୁର ତହସିଲଦାରଙ୍କ ସରକାରୀ ବାସଭବନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଛି। ଆଜି ଏ ସମ୍ପର୍କରେ ତହସିଲଦାର ଟି.ପଦ୍ମନାଭ ଦୋରା ଥାନାରେ ଅଭିଯୋଗ କରିବା ପରେ ପୋଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତହସିଲଦାର ଦୋରା କୌଣସି କାମରେ ବ୍ରହ୍ମପୁର ଯାଇଥିଲେ। ଆଜି ଆସିବା ପରେ ଘରର ଗ୍ରୀଲର ତାଲା ଭଙ୍ଗା ଯାଇ ଦୁଇଟି କମ୍ପ୍ୟୁଟର ହାର୍ଡ ଡିସ୍କ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଦୁର୍ବୃତ୍ତମାନେ ମାଲମିରାର ତାଲା […]

padmapur

Rakesh Mallick
  • Published: Tuesday, 27 December 2016
  • , Updated: 27 December 2016, 06:47 PM IST

ରାୟଗଡା: ରାୟଗଡା ଜିଲ୍ଲା ପଦ୍ମପୁର ତହସିଲଦାରଙ୍କ ସରକାରୀ ବାସଭବନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଛି। ଆଜି ଏ ସମ୍ପର୍କରେ ତହସିଲଦାର ଟି.ପଦ୍ମନାଭ ଦୋରା ଥାନାରେ ଅଭିଯୋଗ କରିବା ପରେ ପୋଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ତହସିଲଦାର ଦୋରା କୌଣସି କାମରେ ବ୍ରହ୍ମପୁର ଯାଇଥିଲେ। ଆଜି ଆସିବା ପରେ ଘରର ଗ୍ରୀଲର ତାଲା ଭଙ୍ଗା ଯାଇ ଦୁଇଟି କମ୍ପ୍ୟୁଟର ହାର୍ଡ ଡିସ୍କ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଦୁର୍ବୃତ୍ତମାନେ ମାଲମିରାର ତାଲା ଭାଙ୍ଗି କିଛି ଟଙ୍କା, ୪ଟି ସୁନା ଚୁଡ଼ି ଓ ଗୋଟିଏ ମଙ୍ଗଳସୂତ୍ର ନେଇଯାଇଛନ୍ତି।

Related story