ପାଲଲହଡ଼ା: ଅନୁଗୋଳ ଜିଲ୍ଲା ପାଲଲହଡ଼ା ଥାନା ଅନ୍ତର୍ଗତ ନଗିରା ପଞ୍ଚାୟତର ପୂର୍ବତନ ସରପଞ୍ଚ ଭୁଲୁ ବେହେରାଙ୍କ କ୍ଷତବିକ୍ଷତ ମୃତଦେହକୁ ଆଜି ଗାଁ ମୁଣ୍ଡ ଏକ ଜମି ନିକଟରୁ ଉଦ୍ଧାର କରାଯାଇଛି। ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ଘର ଲୋକେ ଅଭିଯୋଗ କରିଛନ୍ତି। ପାଲଲହଡ଼ା ପୋଲିସ୍ ମୃତଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।
ଭୁଲୁ ଗତକାଲି ମଇଁଷି ଚରାଇବାକୁ ଯାଇ ଆଉ ଫେରି ନ ଥିଲେ। ଘର ଲୋକେ ଖୋଜା ଖୋଜି କରିବା ପରେ ଆଜି ସକାଳେ ତାଙ୍କ ମୃତଦେହ ଏକ ଜମି ପାଖରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତାଙ୍କ ମୁଣ୍ଡରେ ଗଭୀର କ୍ଷତ ରହିଛି। ତାଙ୍କୁ କେହି ପଥରରେ ଛେଚି ହତ୍ୟା କରାଯାଇଥିବା ପୋଲିସ୍ କହିଛି।
ଦୁଇ ବର୍ଷ ତଳେ ଗୁଣିଗାରେଡିକୁ କେନ୍ଦ୍ର କରି ଭୁଲୁ ବେହେରାଙ୍କ ସହିତ ପଡ଼ିଶା ଘର ରଙ୍ଗା ବେହେରାର ଗଣ୍ଡଗୋଳ ହୋଇଥିଲା। ଏହାକୁ ନେଇ କୋର୍ଟରେ କେସ୍ ମଧ୍ୟ ଚାଲିଥିଲା। ରଙ୍ଗା ବେହେରା ଫେରାର ଥିବାରୁ ତା’ଉପରେ ସନ୍ଦେହ ଘନୀଭୂତ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ମଦ ପିଇ ତିନି ସାଙ୍ଗଙ୍କ ବେପରୁଆ ଗାଡ଼ି ଚାଳନା; ଅଟକାଇବାରୁ ପୁଲିସକୁ ମାରିଦେଲେ
ପୁଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ମୃତ।
Crime
ବନ୍ଦ କୋଠରୀରୁ ୮ ଦିନ ପରେ ସ୍ୱାମୀ ଉଦ୍ଧାର, ଖାଇବାକୁ ନଦେଇ ନିସ୍ତୁକ ମାଡ଼ ମାରି ବନ୍ଦୀ କରିଥିଲେ ସ୍ତ୍ରୀ
କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା।
Crime
ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ
ପରିବାର ଲୋକେ ଖବର ପାଇ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ।