ପାରାଦୀପ ଥାନାରେ ମହିମା ମିଶ୍ରଙ୍କ ଭଣଜାଙ୍କୁ ଜେରା

ପାରାଦୀପ: ସିୱେଜ ସିପିଂ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ଭଣଜା ତଥା ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ (ଓଏସ୍‌ଏଲ୍‌) ଡାଇରେକ୍ଟର ଚିନ୍ମୟ ମିଶ୍ର   ଓ ଓଏସ୍‌ଏଲ୍‌ ଡିଜିଏମ୍‌ ରବୀନ୍ଦ୍ର ଦଳେଇଙ୍କୁ ଦ୍ୱିତୀୟ ଥର ପାଇଁ ଆଜି  ପରାଦୀପ ଥାନାରେ ଜେରା  କରାଯାଇଛି । ଆଜି ସୁଦ୍ଧା ହାଜର ହେବାକୁ ଗତ ୨୦ ତାରିଖରେ ପାରାଦୀପ ପୋଲିସ ଉଭୟଙ୍କୁ ଦ୍ୱିତୀୟ ଥର ପାଇଁ ନୋଟିସ୍‌ କରିଥିଲା। ପ୍ରଥମ ନୋଟିସ୍‌ ପରେ ମଧ୍ୟ ଉଭୟ ଥାନାରେ […]

paradeep

Rakesh Mallick
  • Published: Monday, 23 January 2017
  • , Updated: 23 January 2017, 10:43 PM IST

ପାରାଦୀପ: ସିୱେଜ ସିପିଂ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ଭଣଜା ତଥା ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ (ଓଏସ୍‌ଏଲ୍‌) ଡାଇରେକ୍ଟର ଚିନ୍ମୟ ମିଶ୍ର   ଓ ଓଏସ୍‌ଏଲ୍‌ ଡିଜିଏମ୍‌ ରବୀନ୍ଦ୍ର ଦଳେଇଙ୍କୁ ଦ୍ୱିତୀୟ ଥର ପାଇଁ ଆଜି  ପରାଦୀପ ଥାନାରେ ଜେରା  କରାଯାଇଛି ।

ଆଜି ସୁଦ୍ଧା ହାଜର ହେବାକୁ ଗତ ୨୦ ତାରିଖରେ ପାରାଦୀପ ପୋଲିସ ଉଭୟଙ୍କୁ ଦ୍ୱିତୀୟ ଥର ପାଇଁ ନୋଟିସ୍‌ କରିଥିଲା। ପ୍ରଥମ ନୋଟିସ୍‌ ପରେ ମଧ୍ୟ ଉଭୟ ଥାନାରେ ହାଜର ହୋଇଥିଲେ।

ସେହିପରି ଗିରଫ ମହିମାଙ୍କ ସହଯୋଗୀ ବସନ୍ତ ବଳଙ୍କ ପୁଅ ଚିନ୍ମୟ ବଳଙ୍କୁ ମଧ୍ୟ ପାରାଦୀପ ପୋଲିସ ନୋଟିସ୍‌ କରିଛି। ୨୪ ତାରିଖ ସୁଦ୍ଧା ହାଜର ହେବାକୁ ନୋଟିସ୍‌ରେ କୁହାଯାଇଛି।

Related story