ପାତ୍ରପଡ଼ା ଗୁଳିକାଣ୍ଡ ଘଟଣାରେ ୬ ଜଣ ଗିରଫ

patrapa gulekandaଭୁବନେଶ୍ୱର:  ଭୁବନେଶ୍ୱର ପାତ୍ରପଡ଼ା ଅଞ୍ଚଳରେ ହୋଇଥିବା ଗୁଳିକାଣ୍ଡ ଓ ସଂଘବଦ୍ଧ ଆକ୍ରମଣ ଘଟଣାରେ ଆଜି କମିଶନରେଟ ପୋଲିସ୍ ୬ ଜଣଙ୍କୁ ଗିରଫ  କରିଛି।

ଗତକାଲି ରାତିରେ ଗୋଟିଏ ଗୋଷ୍ଠୀ ଉପରେ ଅନ୍ୟ ଏକ ଗୋଷ୍ଠୀ ଗୁଳିମାଡ଼ କରିବା ସହିତ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏଥିରେ  ୬ ଜଣ  ଆହତ ହୋଇଥିଲେ। ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ  ଭିର୍ତ୍ତି କରାଯାଇଥିଲା। ଏ ନେଇ ଖଣ୍ଡଗିରି ଥାନାରେ ଏତଲା  କରାଯାଇଛି। ପୂର୍ବ ଶତ୍ରୁତାକୁ ନେଇ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି।