ପଟ୍ଟାମୁଣ୍ଡାଇ: ହୋମଗାର୍ଡଙ୍କୁ ଅପ୍ରାକୃତିକ ଯୌନ ନିର୍ଯାତନା ଦେଇ ଫାଣ୍ଡି ଅଧିକାରୀ ନିଲମ୍ବିତ

ପଟ୍ଟାମୁଣ୍ଡାଇ: ଅପ୍ରାକୃତିକ ଯୌନ ନିର୍ଯାତନା ଅଭିଯୋଗରେ ଚଉଦକୁଲଟା ଫାଣ୍ଡି ଅଧିକାରୀ ମହେନ୍ଦ୍ର ବେହେରାଙ୍କୁ କେନ୍ଦ୍ରାପଡ଼ା ଏସ୍‌ପି ଚାକିରିରୁ ନିଲମ୍ବିନ କରିଛନ୍ତି। ଜଣେ ହୋମଗାର୍ଡଙ୍କ ସହ ଗତ ରାତିରେ ମହେନ୍ଦ୍ର ଅପ୍ରାକୃତିକ ଯୌନ ସମ୍ପର୍କ କରିଥିବା ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହୋଇଥିଲା। ଅଭଯୋଗ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଅଭିଯୋଗକାରୀ ହୋମଗାର୍ଡ କହିଛନ୍ତି, “ଥାନାରୁ ଭ୍ୟାନ ଆସିବା ପରେ ପାଟ୍ରୋଲିଂରେ ଯିବାକୁ କହି ସେ (ମହେନ୍ଦ୍ର ବେହେରା) ମୋତେ ଡକାଇଥିଲେ। ଭ୍ୟାନ ନ ଆସିବାରୁ ତାଙ୍କ […]

pattamundai

Rakesh Mallick
  • Published: Thursday, 04 August 2016
  • , Updated: 04 August 2016, 01:16 PM IST

ପଟ୍ଟାମୁଣ୍ଡାଇ: ଅପ୍ରାକୃତିକ ଯୌନ ନିର୍ଯାତନା ଅଭିଯୋଗରେ ଚଉଦକୁଲଟା ଫାଣ୍ଡି ଅଧିକାରୀ ମହେନ୍ଦ୍ର ବେହେରାଙ୍କୁ କେନ୍ଦ୍ରାପଡ଼ା ଏସ୍‌ପି ଚାକିରିରୁ ନିଲମ୍ବିନ କରିଛନ୍ତି। ଜଣେ ହୋମଗାର୍ଡଙ୍କ ସହ ଗତ ରାତିରେ ମହେନ୍ଦ୍ର ଅପ୍ରାକୃତିକ ଯୌନ ସମ୍ପର୍କ କରିଥିବା ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହୋଇଥିଲା। ଅଭଯୋଗ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଛି।

ଅଭିଯୋଗକାରୀ ହୋମଗାର୍ଡ କହିଛନ୍ତି, “ଥାନାରୁ ଭ୍ୟାନ ଆସିବା ପରେ ପାଟ୍ରୋଲିଂରେ ଯିବାକୁ କହି ସେ (ମହେନ୍ଦ୍ର ବେହେରା) ମୋତେ ଡକାଇଥିଲେ। ଭ୍ୟାନ ନ ଆସିବାରୁ ତାଙ୍କ ପାଖରେ ଶୋଇ ପଡିବାକୁ କହିଥିଲେ। ମୁଁ ତାଙ୍କ ପାଖରେ ଶୋଇବାକୁ ମନା କରିଥିଲି। ହେଲେ ସେ ମୋତେ ତାଙ୍କ ପାଖରେ ଶୋଇବାକୁ ବାଧ୍ୟ କରିଥଲେ ଓ ରାତିରେ ମୋ ସହ ଅନୈତିକ କାର୍ଯ୍ୟ କରିଥିଲେ।”

Related story