ଫୁଲବାଣୀ: ୧୦୭ କିଲୋ ଗଞ୍ଜେଇ ଜବତ, ୮ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଦୁଇଟି ଥାନା ଅଞ୍ଚଳରୁ ୧୦୭ କିଲୋ ଗଞ୍ଜେଇ ଜବତ କରାଯାଇଥିବା ବେଳେ ୮ ଜଣଙ୍କୁ ଗିରଫ କରାଯାଇଛି।

ଫିରିଙ୍ଗିଆ ଥାନା ପୋଲିସ୍‌ ମଣିପଦର ଛକରୁ ୫୩ କିଲୋ ଗଞ୍ଜେଇ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି। ଗଞ୍ଜେଇ ଚାଲାଣ ପାଇଁ ସେମାନେ ବ୍ୟବହାର କରିଥିବା କାର୍‌ଟିକୁ ବି ପୋଲିସ୍ ଜବତ କରିଛି। ସେମାନଙ୍କ ଠାରୁ ଗୋଟିଏ ଭୁଜାଲି, ୪ଟି ମୋବାଇଲ ଓ ୩୨୮୦ ଟଙ୍କା ଜବତ କରାଯାଇଛି।

ଗୁଛାପଡ଼ା ଥାନା ପୋଲିସ୍ ୫୪ କିଲୋ ଗଞ୍ଜେଇ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି। ଗଞ୍ଜେଇ ଚାଲାଣରେ ବ୍ୟବହୃତ ୩ଟି ବାଇକ୍‌କୁ ମଧ୍ୟ ପୋଲିସ୍ ଜବତ କରିଛି।