ପୋଲିସ୍ ଚାକିରି କରାଇଦେବା ନାଁରେ କୋଟିଏରୁ ଅଧିକ ଠକେଇ, ଜଣେ ଆନ୍ତଃରାଜ୍ୟ ଠକ ଗିରଫ

ପୁରୀ: ପୋଲିସ୍ ଚାକିରି କରାଇଦେବା ନାଁରେ କୋଟିଏରୁ ଅଧିକ ଟଙ୍କା  ଠକି ନେଇଥିବା ଜଣେ ଆନ୍ତଃରାଜ୍ୟ ଠକକୁ ପୁରୀରୁ ଗିରଫ କରାଯାଇଛି। ପଞ୍ଜାବ ପୋଲିସର ଏକ ସ୍ୱତନ୍ତ୍ର ସ୍କ୍ୱାଡ ପୁରୀର ଏକ ହୋଟେଲରେ ଚଢ଼ାଉ କରି ଅମନଦୀପ କୁମାର ସ୍କୋଡା ନାମକ ଏହି ଠକକୁ ଗିରଫ କରିଛି। ପୁରୀ ପୋଲିସ୍ ସହାୟତାରେ ଅମନଦୀପକୁ ଧରିଛି ପଞ୍ଜାବ ପୋଲିସ୍। ଅମନଦୀପ ନାଁ ବଦଳାଇ ସୁଖପାଲ ସିଂହ ଭାବେ ପୁରୀରେ ଏକ ହୋଟେଲରେ ରହୁଥିଲା। ପଞ୍ଜାବ ପୋଲିସରେ  ଚାକିରି ଦେବା […]

puri

puri

Rakesh Mallick
  • Published: Thursday, 24 March 2016
  • Updated: 24 March 2016, 05:35 AM IST

ପୁରୀ: ପୋଲିସ୍ ଚାକିରି କରାଇଦେବା ନାଁରେ କୋଟିଏରୁ ଅଧିକ ଟଙ୍କା  ଠକି ନେଇଥିବା ଜଣେ ଆନ୍ତଃରାଜ୍ୟ ଠକକୁ ପୁରୀରୁ ଗିରଫ କରାଯାଇଛି। ପଞ୍ଜାବ ପୋଲିସର ଏକ ସ୍ୱତନ୍ତ୍ର ସ୍କ୍ୱାଡ ପୁରୀର ଏକ ହୋଟେଲରେ ଚଢ଼ାଉ କରି ଅମନଦୀପ କୁମାର ସ୍କୋଡା ନାମକ ଏହି ଠକକୁ ଗିରଫ କରିଛି। ପୁରୀ ପୋଲିସ୍ ସହାୟତାରେ ଅମନଦୀପକୁ ଧରିଛି ପଞ୍ଜାବ ପୋଲିସ୍। ଅମନଦୀପ ନାଁ ବଦଳାଇ ସୁଖପାଲ ସିଂହ ଭାବେ ପୁରୀରେ ଏକ ହୋଟେଲରେ ରହୁଥିଲା। ପଞ୍ଜାବ ପୋଲିସରେ  ଚାକିରି ଦେବା ନାଁରେ ଅନେକ ଅଶାୟୀଙ୍କ ଠାରୁ ସେ ପ୍ରାୟ ୧ କୋଟି୨୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଅମନଦୀପ ନାଁରେ ପଞ୍ଜାବର ବିଭିନ୍ନ ଥାନାରେ ୧୯ରୁ ଅଧିକ ମାମଲା ରହିଛି। ଅଧିକ ଜେରା ପାଇଁ ଅମନଦୀପକୁ ରିମାଣ୍ଡରେ  ନେବ ପଞ୍ଜାବ ପୋଲିସ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos