ଖୋର୍ଦ୍ଧା: ନାବାଳିକା କାଷ୍ଟିଂ କାଉଚ୍ ମାମଲାରେ ଅଭିନେତା ପପୁ ପମ୍ ପମ୍ଙ୍କ ସହଯୋଗୀ ପ୍ରଦୀପ୍ତ ସ୍ୱାଇଁଙ୍କ ଜାମିନ୍ ଆବେଦନକୁ ଆଜି ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ୍ ଖାରଜ କରି ଦେଇଛନ୍ତି। ପୂର୍ବରୁ କୋର୍ଟ ପପୁ ଓ ପ୍ରଦୀପ୍ତଙ୍କ ଜାମିନ ଆବେଦନ ଖାରଜ କରିଥିଲେ।
ଉଭୟଙ୍କୁ ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା।
ଅନ୍ୟପକ୍ଷରେ ଏହି ମାମଲାରେ ପୋଲିସ୍ ଦୁଇଟି ପ୍ରମାଣ ଦାଖଲ କରିଛି। ଯେଉଁ କାରରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା ସେହି କାର ସଂପର୍କିତ ତଥ୍ୟ ପ୍ରଦାନ କରାଯାଇଛି। ସେହିପରି ପପୁ ଓ ନାବାଳିକାଙ୍କ ମଧ୍ୟରେ ବାର୍ତ୍ତାଳାପର ପ୍ରମାଣ ସ୍ୱରୂପ ନାବାଳିକାଙ୍କଠୁ ଜବତ ମୋବାଇଲ ଫୋନ୍କୁ କୋର୍ଟରେ ଦାଖଲ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବନ୍ଦ କୋଠରୀରୁ ୮ ଦିନ ପରେ ସ୍ୱାମୀ ଉଦ୍ଧାର, ଖାଇବାକୁ ନଦେଇ ନିସ୍ତୁକ ମାଡ଼ ମାରି ବନ୍ଦୀ କରିଥିଲେ ସ୍ତ୍ରୀ
କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା।
Crime
ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ
ପରିବାର ଲୋକେ ଖବର ପାଇ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ।
Crime
୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ୫୫ ବର୍ଷୀୟ ବ୍ୟକ୍ତି ଗିରଫ
ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ତା’ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Crime
ଶିଶୁ ବିକ୍ରି ଘଟଣା: ନିଲମ୍ବିତ ଏଏନ୍ଏମ୍ ଗିରଫ, ଆଉ ୨ ଜଣଙ୍କୁ ବି ବାନ୍ଧିଲା ପୁଲିସ
ଏହି ଘଟଣାରେ ନିଜେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରାଉଣ୍ଡଜିରୋକୁ ଯାଇ ଘଟଣାର ତନାଘନା କରିଥିଲେ।