ଅର୍ଥତତ୍ତ୍ୱ ଠକେଇ ମାମଲା: ସିବିଆଇ ନିକଟରେ ହାଜର ହେଲେ ମଡେଲ ପ୍ରୀତି ଭାଟିଆ

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ମୁମ୍ୱାଇ ମଡେଲ ପ୍ରୀତି ଭାଟିଆ ବୁଧବାର ଦିନ ପୁଣି ଥରେ ସିବିଆଇ ନିକଟରେ ହାଜର ହୋଇଛନ୍ତି । ଚିଟଫଣ୍ଡ ଅର୍ଥ ଠକେଇ ନେଇ ସିବିଆଇ ଆଜି ତାଙ୍କୁ ପଚରାଉଚୁରା କରୁଛି । ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ସଂପୃକ୍ତି ଥିବା ନେଇ ପୂର୍ବରୁ ସିବିଆଇ ତାଙ୍କୁ ଗିରଫ କରିଥିଲା । ପରେ ଏକ କୋଟିରୁ ଅଧିକ ଟଙ୍କା ଦେଇ ସୁପ୍ରିମକୋର୍ଟ  ତାଙ୍କୁ ସର୍ତ୍ତମୂଳନ ଜାମିନ ପ୍ରଦାନ କରିଥିଲେ । ମୁମ୍ୱାଇରେ […]

bhtia

Rakesh Mallick
  • Published: Wednesday, 06 January 2016
  • , Updated: 06 January 2016, 10:18 AM IST

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ମୁମ୍ୱାଇ ମଡେଲ ପ୍ରୀତି ଭାଟିଆ ବୁଧବାର ଦିନ ପୁଣି ଥରେ ସିବିଆଇ ନିକଟରେ ହାଜର ହୋଇଛନ୍ତି । ଚିଟଫଣ୍ଡ ଅର୍ଥ ଠକେଇ ନେଇ ସିବିଆଇ ଆଜି ତାଙ୍କୁ ପଚରାଉଚୁରା କରୁଛି । ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ସଂପୃକ୍ତି ଥିବା ନେଇ ପୂର୍ବରୁ ସିବିଆଇ ତାଙ୍କୁ ଗିରଫ କରିଥିଲା । ପରେ ଏକ କୋଟିରୁ ଅଧିକ ଟଙ୍କା ଦେଇ ସୁପ୍ରିମକୋର୍ଟ  ତାଙ୍କୁ ସର୍ତ୍ତମୂଳନ ଜାମିନ ପ୍ରଦାନ କରିଥିଲେ ।

ମୁମ୍ୱାଇରେ ପ୍ରିଜମ୍ ହାଇଟ୍ ଫିଲ୍ମସ ମାଧ୍ୟମରେ ସିରିଏଲ୍ ଏବଂ ଡକ୍ୟୁମେଣ୍ଟାରି ଫିଲ୍ମ ପାଇଁ ଅର୍ଥତତ୍ତ୍ୱର କୋଟିକୋଟି ଟଙ୍କା ଲାଗିଥିଲା। ଯେଉଁଥିରେ ପ୍ରୀତି ଭାଟିଆ ନିର୍ଦ୍ଦେଶକ ଭାବେ କାମ କରୁଥିଲେ । ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ ସେଠୀ ମଧ୍ୟ ଏହି ସଂସ୍ଥାର ନିର୍ଦ୍ଦେଶକ ଥିଲେ ।

ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ପ୍ରିତି ଭାଟିଆଙ୍କ ସମେତ  ଅନ୍ୟ ଅଭିଯୁକ୍ତମାନେ ଆଜି ସ୍ପେଶାଲ ସିଜେଏମ୍ ସିବିଆଇ କୋର୍ଟରେ ହାଜର ହୋଇଥିଲେ। ପରେ ସିବିଆଇ କାର୍ଯ୍ୟାଳୟକୁ ଯାଇ ଜେରାର ସମ୍ମୁଖୀନ ହୋଇଛନ୍ତି।

Related story