ପୁଣି ଜାମିନ ଆବେଦନ କଲେ ସାଂସଦ ରାମଚନ୍ଦ୍ର ହାଁସଦା

ଭୁବନେଶ୍ୱର: ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ସାଂସଦ ରାମଚନ୍ଦ୍ର ହାଁସଦା ସଂସଦ ଶୀତ ଅଧିବେଶନରେ ଯୋଗଦେବାକୁ ମଧ୍ୟବର୍ତ୍ତୀକାଳିନ ଜାମିନ ପାଇଁ ବୁଧବାର କୋର୍ଟରେ ଆବେଦନ କରିଛନ୍ତି।  ଖୋର୍ଦ୍ଧା ଜିଲ୍ଲା ଦୌରା ଜଜଙ୍କ  କୋର୍ଟରେ  ସେ ଏହି ଆବେଦନ କରିଛନ୍ତି। ତାଙ୍କ ଆବେଦନ ପୂର୍ବରୁ ତଳ କୋର୍ଟରେ ଖାରଜ ହୋଇଯାଇଥିଲା। ନବଦିଗନ୍ତ ଚିଟଫଣ୍ଡ ମାମଲାରେ ରାମଚନ୍ଦ୍ରଙ୍କୁ ସିବିଆଇ ଗିରଫ କରିଥିଲା।