ପୁରୀ ଆଇନଜୀବୀ ହତ୍ୟା ମାମଲା: ୩ ଅଭିଯୁକ୍ତଙ୍କୁ ପଚରାଉଚରା

ପୁରୀ: ପୁରୀରେ ଆଇନଜୀବୀ ତଥା ଲଜ୍‌ ମାଲିକ ଚନ୍ଦନ ବେହେରା ହତ୍ୟା ମାମଲାରେ  ଗିରଫ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ  ଆଣି ପଚରାଉଚରା କରୁଛି ପୋଲିସ୍‌। ବ୍ୟବସାୟୀ ଓ ଜମିଜମା ବିବାଦକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ପାରିବାରିକ କଳହ ହତ୍ୟାକାଣ୍ଡର କାରଣ ହୋଇଥାଇ ପାରେ ବୋଲି ପୋଲିସ୍ ସନ୍ଦେହ କରୁଛି। ଚନ୍ଦନଙ୍କ ରାଉରକେଲା ଘରକୁ ଯାଇ ପୋଲିସ୍‌ର ଏକ ଟିମ୍‌ ତଦନ୍ତ କରିଛି। ତାଙ୍କ ପତ୍ନୀ ନିବେଦିତା ଓ ସଂପର୍କୀୟମାନଙ୍କୁ ପଚରାଉଚରା କରାଯାଇଛି ବୋଲି […]

hotel-maleka-death (1)

Rakesh Mallick
  • Published: Sunday, 15 January 2017
  • , Updated: 15 January 2017, 03:01 PM IST

ପୁରୀ: ପୁରୀରେ ଆଇନଜୀବୀ ତଥା ଲଜ୍‌ ମାଲିକ ଚନ୍ଦନ ବେହେରା ହତ୍ୟା ମାମଲାରେ  ଗିରଫ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ  ଆଣି ପଚରାଉଚରା କରୁଛି ପୋଲିସ୍‌। ବ୍ୟବସାୟୀ ଓ ଜମିଜମା ବିବାଦକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ପାରିବାରିକ କଳହ ହତ୍ୟାକାଣ୍ଡର କାରଣ ହୋଇଥାଇ ପାରେ ବୋଲି ପୋଲିସ୍ ସନ୍ଦେହ କରୁଛି। ଚନ୍ଦନଙ୍କ ରାଉରକେଲା ଘରକୁ ଯାଇ ପୋଲିସ୍‌ର ଏକ ଟିମ୍‌ ତଦନ୍ତ କରିଛି। ତାଙ୍କ ପତ୍ନୀ ନିବେଦିତା ଓ ସଂପର୍କୀୟମାନଙ୍କୁ ପଚରାଉଚରା କରାଯାଇଛି ବୋଲି ପୁରୀ ଏସପି ସାର୍ଥକ ଷଡଙ୍ଗୀ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।

Related story