ପୁରୀରେ ଲଜ୍ ମାଲିକଙ୍କୁ ହତ୍ୟା ଘଟଣାରେ ୫ ଅଟକ

ପୁରୀ: ପୁରୀର ସାଇକୁଟୀର ଲଜ୍‌ ମାଲିକ ଚନ୍ଦନ ବେହେରାଙ୍କ ହତ୍ୟା ଘଟଣାରେ ପୋଲିସ୍ ୫ ଜଣଙ୍କୁ ଅଟକ ରଖିଛି। ଗତକାଲି ଚନ୍ଦନ ତାଙ୍କର ଜଣେ ବନ୍ଧୁ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ସହ ଏକ ସ୍କୁଟରରେ ଆସି ଲଜ୍ ଗେଟ୍‌ରେ ପ୍ରବେଶ କରୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତମାନେ ଚନ୍ଦନଙ୍କ ବେକ ପଛପଟକୁ ହାଣିବା ସହ ହାତକୁ ହାଣି ଦେଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଦୁର୍ବୃତ୍ତଙ୍କ ଆକ୍ରମଣରେ […]

hotel maleka death

Rakesh Mallick
  • Published: Monday, 09 January 2017
  • , Updated: 09 January 2017, 01:04 PM IST

ପୁରୀ: ପୁରୀର ସାଇକୁଟୀର ଲଜ୍‌ ମାଲିକ ଚନ୍ଦନ ବେହେରାଙ୍କ ହତ୍ୟା ଘଟଣାରେ ପୋଲିସ୍ ୫ ଜଣଙ୍କୁ ଅଟକ ରଖିଛି।

ଗତକାଲି ଚନ୍ଦନ ତାଙ୍କର ଜଣେ ବନ୍ଧୁ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ସହ ଏକ ସ୍କୁଟରରେ ଆସି ଲଜ୍ ଗେଟ୍‌ରେ ପ୍ରବେଶ କରୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତମାନେ ଚନ୍ଦନଙ୍କ ବେକ ପଛପଟକୁ ହାଣିବା ସହ ହାତକୁ ହାଣି ଦେଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଦୁର୍ବୃତ୍ତଙ୍କ ଆକ୍ରମଣରେ ତାଙ୍କ ବନ୍ଧୁ କୃଷ୍ଣଚନ୍ଦ୍ର ମଧ୍ୟ ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତାରୁ ଚନ୍ଦନଙ୍କୁ ହତ୍ୟା କରାଯାଇଥିବା ପୋଲିସ୍ ସନ୍ଦେହ କରୁଛି। ପୋଲିସ୍ ଲଜ୍‌ରେ ଲାଗିଥିବା ସିସିଟିଭିକୁ ପୋଲିସ୍ ଜବତ କରି ଫୁଟେଜ୍‌ଗୁଡ଼ିକୁ ଯାଞ୍ଚ କରୁଛି।

Related story