ପୁରୀ: ଅପହୃତ ନାବାଳିକା ଗ୍ୱାଲିଅରରୁ ଉଦ୍ଧାର, ଜଣେ ଗିରଫ

ପୁରୀ: ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ତୁଳସୀପୁର ଗାଁରୁ ଅପହୃତ ନାବାଳିକାକୁ  ପୋଲିସ୍‌ ଗ୍ୱାଲିଅରରୁ ଉଦ୍ଧାର କରିଛି। ଅପହୃତ ନାବାଳିକା ହେଉଛନ୍ତି ରମେଶ ଗୋଚ୍ଛାୟତଙ୍କ ଝିଅ ନୀଲମ୍‌ । ଗତ ୩ ମାସ ଧରି ନୀଲମ୍‌ ନିଖୋଜ ଥିଲେ। ଏ ନେଇ ତାଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ।

ନିମାପଡ଼ା ପୋଲିସ୍‌ କୌଣସି ସୂତ୍ରରୁ ଖବର ପାଇ ମଧ୍ୟପ୍ରଦେଶ ପଡ଼ାବ ପୋଲିସ୍‌ ସହାୟତାରେ ଗ୍ୱାଲିଅରୁ ନୀଲମ୍‌ଙ୍କୁ ଉଦ୍ଧାର କରିଥିଲା।

ଅପହରଣକାରୀ ଦୀପକ ସିଂ ଧାକଡ଼ଙ୍କୁ ନିମାପଡ଼ା ପୋଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।