ପୁରୀ ସିଦ୍ଧ ମହାବୀରପାଟଣାରୁ ଖପୁରୀ ଜବତ ଘଟଣା: ଆଜି ପରୀକ୍ଷା ପାଇଁ କଟକ ଲ୍ୟାବକୁ ପଠାଯିବ ଖପୁରୀ

ପୁରୀ: ପୁରୀ ସିଦ୍ଧ ମହାବୀରପାଟଣା ଅଞ୍ଚଳରୁ ୨୭ଟି ଖପୁରୀ ଜବତ ଘଟଣାରେ ଛାନଭିନ୍ ଜାରି ରଖିଛି ପୋଲିସ୍। ଜବତ ଖପୁରୀଗୁଡ଼ିକୁ ପରୀକ୍ଷା ଲାଗି ଆଜି କଟକସ୍ଥିତ ଏଫ୍ଏମଟି ଲ୍ୟାବକୁ ପଠାଯିବ। ପରୀକ୍ଷା ପରେ ଖପୁରୀଗୁଡ଼ିକ ପୁରୁଷ କି ମହିଳାଙ୍କର ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି। ଏହି ଘଟଣାରେ ଗତକାଲି କୁମ୍ଭାରପଡ଼ା ପୋଲିସ୍ ଖପୁରୀ ରଖିଥିବା ମନୁ ବାବାଙ୍କ ପୁରୀ ଓ ବ୍ରହ୍ମଗିରି ଘରେ ଖାନତଲାସ୍ କରିଛି। ଏହାସହ ଏହି ଘଟଣାରେ ପୋଲିସ ନିଜ ଆଡୁ ଏକ […]

puri

Rakesh Mallick
  • Published: Monday, 07 September 2015
  • , Updated: 07 September 2015, 02:49 AM IST

ପୁରୀ: ପୁରୀ ସିଦ୍ଧ ମହାବୀରପାଟଣା ଅଞ୍ଚଳରୁ ୨୭ଟି ଖପୁରୀ ଜବତ ଘଟଣାରେ ଛାନଭିନ୍ ଜାରି ରଖିଛି ପୋଲିସ୍। ଜବତ ଖପୁରୀଗୁଡ଼ିକୁ ପରୀକ୍ଷା ଲାଗି ଆଜି କଟକସ୍ଥିତ ଏଫ୍ଏମଟି ଲ୍ୟାବକୁ ପଠାଯିବ। ପରୀକ୍ଷା ପରେ ଖପୁରୀଗୁଡ଼ିକ ପୁରୁଷ କି ମହିଳାଙ୍କର ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି। ଏହି ଘଟଣାରେ ଗତକାଲି କୁମ୍ଭାରପଡ଼ା ପୋଲିସ୍ ଖପୁରୀ ରଖିଥିବା ମନୁ ବାବାଙ୍କ ପୁରୀ ଓ ବ୍ରହ୍ମଗିରି ଘରେ ଖାନତଲାସ୍ କରିଛି। ଏହାସହ ଏହି ଘଟଣାରେ ପୋଲିସ ନିଜ ଆଡୁ ଏକ ମାମଲା ଦାଏର୍ କରିଛି। ଘରେ ଖପୁରୀ ରଖିଥିବା ମନୋରଞ୍ଜନ ଜେନା ଓରଫ୍ ମନୁ ବାବା ନିଜକୁ ଓଏନଜିସିର ଇଞ୍ଜିନିୟର କହୁଥିବା ବେଳେ ସେ ନେଇ ମଧ୍ୟ ପୋଲିସର ଖୋଳତାଡ ଜାରି ରହିଛି।

Related story