ପୁରୀ ସିଦ୍ଧମହାବୀର ପାଟଣା ଆଶ୍ରମରୁ ମିଳିଥିବା ୨୭ ଖପୁରୀ ଅସଲି
କଟକ: ପୁରୀ ସିଦ୍ଧମହାବୀର ପାଟଣା ଆଶ୍ରମରୁ ଜବତ ସମସ୍ତ ୨୭ଟି ମଣିଷ ଖପୁରୀ ଅସଲି ବୋଲି ଜଣାପଡ଼ିଛି। କଟକ ବଡ଼ ମେଡିକାଲ୍ ଏଫ୍ଏମଟି ବିଭାଗରେ ଏସବୁର ପ୍ରାଥମିକ ଯାଞ୍ଚ ପରେ ଏହା ଜଣାପଡ଼ିଛି। ତେବେ ଖପୁରିଗୁଡ଼ିକ ପୁରୁଷ କି ମହିଳାଙ୍କର ଓ ସେଥିରେ ଆଘତ ଚିହ୍ନ ଅଛି କି ନାହିଁ ସେ ନେଇ ଯାଞ୍ଚ ହେବ। ଏଫ୍ଏମଟି ବିଭାଗୀୟ ମୁଖ୍ୟଙ୍କୁ ନେଇ ଗଠିତ ୪ ଜଣିଆ ଟିମ୍ ଏହି ଯାଞ୍ଚ କରୁଛି। ଦୁଇ ସପ୍ତାହ ମଧ୍ୟରେ ଯାଞ୍ଚ […]
କଟକ: ପୁରୀ ସିଦ୍ଧମହାବୀର ପାଟଣା ଆଶ୍ରମରୁ ଜବତ ସମସ୍ତ ୨୭ଟି ମଣିଷ ଖପୁରୀ ଅସଲି ବୋଲି ଜଣାପଡ଼ିଛି। କଟକ ବଡ଼ ମେଡିକାଲ୍ ଏଫ୍ଏମଟି ବିଭାଗରେ ଏସବୁର ପ୍ରାଥମିକ ଯାଞ୍ଚ ପରେ ଏହା ଜଣାପଡ଼ିଛି। ତେବେ ଖପୁରିଗୁଡ଼ିକ ପୁରୁଷ କି ମହିଳାଙ୍କର ଓ ସେଥିରେ ଆଘତ ଚିହ୍ନ ଅଛି କି ନାହିଁ ସେ ନେଇ ଯାଞ୍ଚ ହେବ। ଏଫ୍ଏମଟି ବିଭାଗୀୟ ମୁଖ୍ୟଙ୍କୁ ନେଇ ଗଠିତ ୪ ଜଣିଆ ଟିମ୍ ଏହି ଯାଞ୍ଚ କରୁଛି। ଦୁଇ ସପ୍ତାହ ମଧ୍ୟରେ ଯାଞ୍ଚ ସାରି ପୋଲିସକୁ ରିପୋର୍ଟ ଦିଆଯିବ ବୋଲି ଏସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ଗତ ୫ ତାରିଖରେ ମନୋରଞ୍ଜନ ଜେନା ଓରଫ୍ ମନୁ ବାବାଙ୍କ ଆଶ୍ରମରୁ ଏସବୁ ଖପୁରୀ ମିଳିଥିଲା। ପୁରୀ କୁମ୍ଭାରପଡ଼ା ପୋଲିସ୍ ଏ ନେଇ ମାମଲା ରୁଜୁ କରିବା ସହ ଖପୁରୀଗୁଡ଼ିକୁ ପରୀକ୍ଷା ପାଇଁ ପଠାଇଥିଲା।