ପୁରୀ ଷ୍ଟେସନରେ ଟ୍ରେନ ପୋଡି ଘଟଣା: ଅଭିଯୁକ୍ତକୁ ୧୦ ଦିନ ରିମାଣ୍ଡରେ ନେବାକୁ ରେଳବାଇ ପୋଲିସର ଆବେଦନ

ପୁରୀ: ପୁରୀ ଷ୍ଟେସନରେ ଟ୍ରେନ ପୋଡି ଘଟଣାରେ ଗିରଫ ଅଭିଯୁକ୍ତ ତାମିଲନାଡୁର ରାମଚନ୍ଦ୍ରନ ସୁବାସକୁ ଆଉ ୧୦ ଦିନିଆ ରିମାଣ୍ଡରେ ନେବାକୁ ରେଲବାଇ ପୋଲିସ ଆବେଦନ କରିଛି। ସିସିଟିଭି ଫୁଟେଜ ଆଧାରରେ ରାମଚନ୍ଦ୍ରନର ଏଥିରେ ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇଛି। ପଚରାଉଚରା ବେଳେ ଅଭିଯୁକ୍ତ ତାର ଦୋଷ ସ୍ୱୀକାର କରିଥିବା ରେଳବାଇ ଥାନା ଡିଏସପି ଦେବେନ୍ଦ୍ର କୁମାର ଦାସ କହିଛନ୍ତି। ପୂର୍ବରୁ ଗିରଫ ରାମଚନ୍ଦ୍ରନକୁ ରେଳବାଇ ପୋଲିସ ଦୁଇଦିନ ରିମାଣ୍ଡରେ ନେଇଥିଲା। ଜଣେ ତାମିଲ ପୋଲିସ ଅଧିକାରୀଙ୍କ […]

puri

puri

Rakesh Mallick
  • Published: Monday, 16 November 2015
  • Updated: 16 November 2015, 05:34 PM IST

Sports

Latest News

ପୁରୀ: ପୁରୀ ଷ୍ଟେସନରେ ଟ୍ରେନ ପୋଡି ଘଟଣାରେ ଗିରଫ ଅଭିଯୁକ୍ତ ତାମିଲନାଡୁର ରାମଚନ୍ଦ୍ରନ ସୁବାସକୁ ଆଉ ୧୦ ଦିନିଆ ରିମାଣ୍ଡରେ ନେବାକୁ ରେଲବାଇ ପୋଲିସ ଆବେଦନ କରିଛି। ସିସିଟିଭି ଫୁଟେଜ ଆଧାରରେ ରାମଚନ୍ଦ୍ରନର ଏଥିରେ ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇଛି। ପଚରାଉଚରା ବେଳେ ଅଭିଯୁକ୍ତ ତାର ଦୋଷ ସ୍ୱୀକାର କରିଥିବା ରେଳବାଇ ଥାନା ଡିଏସପି ଦେବେନ୍ଦ୍ର କୁମାର ଦାସ କହିଛନ୍ତି।

ପୂର୍ବରୁ ଗିରଫ ରାମଚନ୍ଦ୍ରନକୁ ରେଳବାଇ ପୋଲିସ ଦୁଇଦିନ ରିମାଣ୍ଡରେ ନେଇଥିଲା। ଜଣେ ତାମିଲ ପୋଲିସ ଅଧିକାରୀଙ୍କ ମାଧ୍ୟମରେ ପୋଲିସ ତାଙ୍କୁ ଜେରା କରିଥିଲା। ଏଥିରେ ସେ ଏକା ସମ୍ପୃକ୍ତ ନା ଆଉ କିଏ ସହଯୋଗୀ ଅଛନ୍ତି ତାହା ପଚରାଉଚରା ପରେ ଜଣାପଡ଼ିବ ବୋଲି ରେଳବାଇ ଥାନା ପକ୍ଷରୁ କୁହାଯାଇଛି। ଗତ ୧୨ ତାରିଖରେ ପୁରୀ ରେଳ ଷ୍ଟେସନରେ ତିନୋଟି ଟ୍ରେନର ୫ଟି ବଗିରେ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରୁ ପୁରୀ ଆରପିଏଫ ରାମଚନ୍ଦ୍ରନକୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos