ପୁରୀ ଟ୍ରେନ୍ ପୋଡ଼ି ଘଟଣା: ତଦନ୍ତରେ ଏନଆଇଏକୁ ସାମିଲ କରିବାକୁ ସୁପାରିଶ

ଭୁବନେଶ୍ୱର: ପୁରୀ ଷ୍ଟେସନରେ ଟ୍ରେନ୍ ପୋଡ଼ି ଘଟଣାର ତଦନ୍ତରେ ଏନ୍ଆଇଏକୁ ସାମିଲ ପାଇଁ କେନ୍ଦ୍ରଗୃହ ମନ୍ତ୍ରାଳୟକୁ ସୁପାରିଶ କରିଛି ରାଜ୍ୟ ପୋଲିସ୍। ପୋଲିସ୍ ମୁଖ୍ୟାଳୟ ସୂତ୍ରରୁ ମିଳିଛି ଏହି ସୂଚନା। ଗତ ୧୨ ତାରିଖରେ ପୁରୀ ଷ୍ଟେସନରେ ଠିଆ ହୋଇଥିବା ୩ଟି ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାରେ ପୋଲିସ୍ ରାମଚନ୍ଦ୍ରନ୍ ସୁବାସ ନାମକ ଜଣେ ତାମିଲନାଡୁର ବ୍ୟକ୍ତିକୁ ଗିରଫ କରିଥିଲା। ଏବେ ସେ ଜେଲରେ ଅଛି। ପୁରୀ ଘଟଣା ପୂର୍ବରୁ ଉତ୍ତରପ୍ରଦେଶର ହରିଦ୍ୱାର ଓ ବିହାରର […]

puri

puri

Rakesh Mallick
  • Published: Friday, 27 November 2015
  • Updated: 27 November 2015, 02:20 AM IST

Sports

Latest News

ଭୁବନେଶ୍ୱର: ପୁରୀ ଷ୍ଟେସନରେ ଟ୍ରେନ୍ ପୋଡ଼ି ଘଟଣାର ତଦନ୍ତରେ ଏନ୍ଆଇଏକୁ ସାମିଲ ପାଇଁ କେନ୍ଦ୍ରଗୃହ ମନ୍ତ୍ରାଳୟକୁ ସୁପାରିଶ କରିଛି ରାଜ୍ୟ ପୋଲିସ୍। ପୋଲିସ୍ ମୁଖ୍ୟାଳୟ ସୂତ୍ରରୁ ମିଳିଛି ଏହି ସୂଚନା। ଗତ ୧୨ ତାରିଖରେ ପୁରୀ ଷ୍ଟେସନରେ ଠିଆ ହୋଇଥିବା ୩ଟି ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାରେ ପୋଲିସ୍ ରାମଚନ୍ଦ୍ରନ୍ ସୁବାସ ନାମକ ଜଣେ ତାମିଲନାଡୁର ବ୍ୟକ୍ତିକୁ ଗିରଫ କରିଥିଲା। ଏବେ ସେ ଜେଲରେ ଅଛି। ପୁରୀ ଘଟଣା ପୂର୍ବରୁ ଉତ୍ତରପ୍ରଦେଶର ହରିଦ୍ୱାର ଓ ବିହାରର ଗୟା ଷ୍ଟେସନରେ ବି ଅନୁରୂପ ଭାବେ ନିଆଁ ଲାଗିଥିଲା। ଯେହେତୁ ଦେଶର ବିଭିନ୍ନ ରାଜ୍ୟରେ ଏଭଳି ଘଟଣା ଘଟିଛି, ଏଥିରେ କୌଣସି ସୁଚିନ୍ତିତ ଷଡ଼ଯନ୍ତ୍ର କିମ୍ୱା ଆତଙ୍କବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି। ତେବେ ପୁରୀ ସହ ଏ ସମସ୍ତ ଟ୍ରେନ୍ ପୋଡ଼ି ଘଟଣାର ଲିଙ୍କ ଅଛି କି ନାହିଁ ଏନ୍ଆଇଏକୁ ତଦନ୍ତରେ ସାମିଲ କରାଗଲେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos