ପୁରୀ ଟ୍ରେନ୍ ପୋଡ଼ି ଘଟଣା: ସୁବାସକୁ ୨ ଦିନିଆ ରିମାଣ୍ଡରେ ନେବ ଭୁବନେଶ୍ୱର ଜିଆରପି

ଭୁବନେଶ୍ୱର: ପୁରୀ ସିରିଜ୍ ଟ୍ରେନ୍ ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତ ରାମଚନ୍ଦ୍ରନ ସୁବାସକୁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ପାଇଛି ଭୁବନେଶ୍ୱର ରେଳବାଇ ପୋଲିସ୍ (ଜିଆରପି)। ଶନିବାର ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ଏହି ଅନୁମତି ଦେଇଛନ୍ତି। ଭୁବନେଶ୍ୱର ଜିଆରପି ସୁବାସକୁ ପଚରାଉଚରା କରିବା ପାଇଁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ଭୁବନେଶ୍ୱରରେ ଟ୍ରେନ୍ ପୋଡ଼ି ଘଟଣାରେ ସୁବାସର ସଂପୃକ୍ତି ଥିବା ନେଇ ସନ୍ଦେହ କରାଯାଉଛି। ସେ ସଂପର୍କରେ ପଚରାଉଚରା କରିବା ପାଇଁ ଭୁବନେଶ୍ୱର […]

ramachandran subash

ramachandran subash

Rakesh Mallick
  • Published: Saturday, 02 January 2016
  • Updated: 02 January 2016, 12:02 PM IST

Sports

Latest News

ramachandran subashଭୁବନେଶ୍ୱର: ପୁରୀ ସିରିଜ୍ ଟ୍ରେନ୍ ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତ ରାମଚନ୍ଦ୍ରନ ସୁବାସକୁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ପାଇଛି ଭୁବନେଶ୍ୱର ରେଳବାଇ ପୋଲିସ୍ (ଜିଆରପି)। ଶନିବାର ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ଏହି ଅନୁମତି ଦେଇଛନ୍ତି। ଭୁବନେଶ୍ୱର ଜିଆରପି ସୁବାସକୁ ପଚରାଉଚରା କରିବା ପାଇଁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା।

ଭୁବନେଶ୍ୱରରେ ଟ୍ରେନ୍ ପୋଡ଼ି ଘଟଣାରେ ସୁବାସର ସଂପୃକ୍ତି ଥିବା ନେଇ ସନ୍ଦେହ କରାଯାଉଛି। ସେ ସଂପର୍କରେ ପଚରାଉଚରା କରିବା ପାଇଁ ଭୁବନେଶ୍ୱର ଜିଆରପି ପକ୍ଷରୁ ତା’ର ରିମାଣ୍ଡ ଆବେଦନ କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ପଲିଗ୍ରାଫ ଟେଷ୍ଟରେ ସୁବାସ ଭୁବନେଶ୍ୱର ଷ୍ଟେସନରେ ଟ୍ରେନ୍ ପୋଡ଼ି ଘଟଣା ସଂପର୍କରେ କିଛି କହି ନ ଥିବା ଜଣାପଡ଼ିଛି। ତେବେ ପଚରାଉଚରା ବେଳେ ତା’ଠାରୁ ଏ ଘଟଣା ସଂପର୍କରେ ତଥ୍ୟ ହାସଲ କରିବାକୁ ସଫଳ ହେବ ବୋଲି ଆଶା ରଖିଛି ଭୁବନେଶ୍ୱର ଜିଆରପି।

ଗତବର୍ଷ ନଭେମ୍ବର ୧୨ ତାରିଖରେ ପୁରୀ ଷ୍ଟେସନରେ ତିନିଟି ଟ୍ରେନର ୫ଟି ବଗି ପୋଡ଼ି ଯାଇଥିଲା। ତେବେ ତା’ପୂର୍ବରୁ ଭୁବନେଶ୍ୱରରେ ଏକ ଟ୍ରେନରେ ନିଆଁ ଲାଗିଥିଲା। ଛୋଟ ଧରଣର ଏହି ଅଗ୍ନିକାଣ୍ଡକୁ ଜିଆରପି ତତକ୍ଷଣାତ୍ କାବୁ କରି ନେଇଥିଲା। ଏହି ଟ୍ରେନଟି ପୁରୀ ଅଭିମୁଖେ ଯାତ୍ରା କରୁଥିଲା।

ପୁରୀ ଷ୍ଟେସନରେ ତିନିଟି ଟ୍ରେନରେ ନିଆଁ ଲଗାଇବା ପୂର୍ବରୁ ସୁବାସ ଦେଶର ଆଉ କିଛି ଷ୍ଟେସନରେ ମଧ୍ୟ ସମାନ ପ୍ରକାର ଘଟଣା ଘଟାଇଥିବା ଜଣାପଡ଼ିଛି। ବର୍ତ୍ତମାନ ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସୀ (ଏନଆଇଏ) ଏହି ଘଟଣାର ତଦନ୍ତ କରୁଥିବା ବେଳେ ଓଡ଼ିଶା ପୋଲିସ୍ ଏଥିରେ ସହଯୋଗ କରୁଛି। ପୂର୍ବରୁ ରାଜ୍ୟ ପୋଲିସ୍ ଡିଜି କେ.ବି ସିଂହ ଏ ସଂପର୍କରେ ସୂଚନା ଦେଇ କହିଥିଲେ ଯେ ଏନଆଇଏ ଟିମକୁ ଓଡ଼ିଶା ପୋଲିସ୍ ତଦନ୍ତରେ ସହଯୋଗ କରୁଛି। ଏନଆଇଏ ଖୁବଶୀଘ୍ର ଏହି ମାମଲାର ପର୍ଦ୍ଦାଫାଶ କରିବ ବୋଲି ଆଶା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos