ପୁରୀ ଟ୍ରେନ ପୋଡି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ୧୦ ଦିନ ରିମାଣ୍ଡରେ ନେବାକୁ ରେଳବାଇ ପୋଲିସର ଆବେଦନ

ପୁରୀ: ପୁରୀ ଟ୍ରେନ୍ ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତ ରାମଚନ୍ଦ୍ରନ ସୁବାସକୁ ପୁଣି ୧୦ ଦିନିଆ ରିମାଣ୍ଡରେ ନେବାକୁ ରେଳବାଇ ପୋଲିସ ଆବେଦନ କରିଛି। ପୁରୀ ଏସଡିଜେଏମଙ୍କ କୋର୍ଟରେ ରେଳବାଇ ପୋଲିସ ଏହି ଆବେଦନ କରିଛି। ଏହି ଘଟଣାରେ ସୁବାସକୁ ୬ଦିନ ରିମାଣ୍ଡରେ ନେଇଥିଲା ରେଳବାଇ ପୋଲିସ। ଏହି ଅବଧି ମଧ୍ୟରେ ପଲିଗ୍ରାଫ ଟେଷ୍ଟ ପାଇଁ ମଧ୍ୟ ରେଳବାଇ ପୋଲିସ୍ ଆବେଦନ କରିଥିଲା। ତେବେ ପଲିଗ୍ରାଫ ଟେଷ୍ଟ ହୋଇପାରି ନ ଥିବାରୁ ପୁଣି ରିମାଣ୍ଡ ପାଇଁ ଆବେଦନ କରାଯାଇଛି। ସେପଟେ ଆଜି ରିମାଣ୍ଡ ଅବଧି ସରିଥିବାରୁ ରାମଚନ୍ଦ୍ରନକୁ ପୁରୀ ଜେଲକୁ ପଠାଇ ଦିଆଯାଇଛି।