ପୁରୀ: ପୁରୀ ସିରିଜ୍ ଟ୍ରେନ୍ ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନର ଆଜି ରିମାଣ୍ଡ ଅବଧି ସରୁଛି। ତାକୁ ପୁରୀ ଏସଡିଜେଏମ୍ କୋର୍ଟରେ ହାଜର କରାଯିବ। ସେପଟେ ୩ଦିନର ଏହି ରିମାଣ୍ଡରେ ସୁବାସଠାରୁ ଏନ୍ଆଇଏ ଅଧିକାରୀ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିବା କୁହାଯାଉଛି। ଜେରାବେଳେ ସୁବାସ ଉତ୍ତମ, ଗୋପାଳ, ଅସରଫ୍ ନାମକ ୩ଜଣଙ୍କ ନାଁ ନେଇଛି। ସୁବାସ ନେଇଥିବା ୩ଜଣଙ୍କ ସହିତ ତା’ର ସମ୍ପର୍କ କ’ଣ, ଏମାନେ ଆତଙ୍କବାଦୀ ସଂଗଠନ ସହ ଜଡିତ କି ନୁହେଁ, ସୁବାସ କେତେ ସତ କହୁଛି ତାହାର ଖୋଳତାଡ କରୁଛନ୍ତି ତଦନ୍ତକାରୀ ସଂସ୍ଥା।
ରବିବାର ଏନ୍ଆଇଏ ଏସପି ପ୍ରଶାନ୍ତ କୁମାର ରାଜ୍ୟ ଗୁଇନ୍ଦା ବିଭାଗ ସହ ମିଶି ସୁବାସକୁ ଜେରା କରିଥିଲେ। ସେ ଆଜି ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ଥିବାରୁ ତାଙ୍କ ରିପୋର୍ଟରୁ ହିଁ ପୁରୀ ଟ୍ରେନ୍ ପୋଡ଼ି ଘଟଣାର ତଦନ୍ତ ଏନ୍ଆଇଏ କରିବ କି ନାହିଁ, ତାହା ସ୍ପଷ୍ଟ ହେବ। ଅପରପକ୍ଷେ ରିମାଣ୍ଡ ସମୟରେ ସୁବାସର ପଲିଗ୍ରାଫି ଟେଷ୍ଟ ହୋଇ ପାରି ନ ଥିବାରୁ ତାକୁ ପୁଣି ଥରେ ରିମାଣ୍ଡରେ ନିଆଯିବାର ମଧ୍ୟ ସମ୍ଭାବନା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସଫେଇ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
ବାବୁଲି କାକ ରାଣିବଗିଚା ବାଇପାସ୍ ନିକଟରେ ସଫେଇ କାମର ତଦାରଖ କରିବା ପାଇଁ ଯାଇଥିଲେ। କାମ ତଦାରଖ କରିବା ପରେ ସେଠାରେ ସେ ଠିଆ ହୋଇଥିଲେ। ଠିକ୍ ସେତିକି ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା।
Crime
ଲୁଟେରାଙ୍କ ଗୁଳିରେ ୨ ମୃତ; ଗୋଡ଼ାଇ ଗୋଡ଼ାଇ ଗାଡ଼ିଆରେ ମାଡ଼ି ବସିଲେ ଲୋକେ
ଲୁଟ୍ କରିବା ପରେ ଦୋକାନକୁ ଗହଣା କିଣିବାକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ବାଇକ୍ ଧରି ଚମ୍ପଟ ମାରୁଥିଲେ ୩ ଦୁର୍ବୃତ୍ତ। ଆଉ ସେମାନଙ୍କୁ କାର୍ରେ ପିଛା କରିଥିଲେ ଗହଣା ଦୋକାନର କର୍ମଚାରୀ ସୁନୀଲ୍ ରାୟ ଓ ତାଙ୍କ ସାଥୀ।
Crime
ମାଆ ଚାକିରି ଗଲା ବୋଲି ସର୍କିଟ୍ ହାଉସ୍ରେ ଥିବା ଗାଡ଼ିରେ ନିଆଁ ଲଗାଇଦେଲା ପୁଅ
କେନ୍ଦୁପତ୍ର ଫରେଷ୍ଟର ଭାବେ କାର୍ଯ୍ୟ କରନ୍ତି ସୁଜିତ କୁମାର ବେହେରା। ତାଙ୍କ ମାଆ ସର୍କିଟ୍ ହାଉସ୍ରେ ସୁଇପର ଭାବେ କାମ କରୁଥିଲେ। କିଛି ମାସ ତଳେ କୌଣସି କାରଣରୁ ତାଙ୍କୁ ସର୍କିଟ ହାଉସରୁ ବାହାର କରିଦିଆଯାଇଥିଲା।
Crime
ଲୁଟ୍ ପାଇଁ ପିଛା କରୁଥିଲେ; ଧକ୍କା ଦେବାରୁ ବିଦ୍ୟୁତ୍ କର୍ମଚାରୀଙ୍କୁ ଗୁଳି କଲେ
ଚୋରମାନେ ଉତ୍କ୍ଷିପ୍ତ ହୋଇ ବାଇକ୍ ଉଠାଇ ପ୍ରଥମେ ନୀଳମାଧବଙ୍କୁ ଗୁଳି କରିଥିଲେ। ଗୁଳି ତାଙ୍କ ପେଟ ଓ ଅଣ୍ଟାରେ ବାଜିଥିଲେ। ପରେ ଅଳଙ୍କାର ଦୋକାନୀ ସୁନୀଲ୍ ଓ ତାଙ୍କ ସାଥୀଙ୍କ ଉପରକୁ ଗୁଳି ଚଳାଇଥିଲେ। ସେମାନଙ୍କ ଦେହରେ ମଧ୍ୟ ଗୁଳି ବାଜିଥିଲା।
Crime
ସିକ୍ୟୁରିଟି ଗାର୍ଡଙ୍କ ହାତଗୋଡ଼ ବାନ୍ଧିଲେ, ଶୋ’ ରୁମ୍ ଲୁଟିଲେ
ସିକ୍ୟୁରିଟି ଗାର୍ଡଙ୍କ ହାତଗୋଡ଼ ବାନ୍ଧି ଲୁଟ କରିଛନ୍ତି ୩ ମୁଖାପିନ୍ଧା ଦୁର୍ବୃତ୍ତ। ବିଳମ୍ବିତ ରାତିରେ ଏହି ଡକାୟତି ହୋଇଛି।