ଭୁବନେଶ୍ୱର: କଡ଼ା ସୁରକ୍ଷା ମଧ୍ୟରେ ଭୁବନେଶ୍ୱର ଷ୍ଟେଟ୍ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରୀରେ ପୁରୀ ଟ୍ରେନ୍ ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତ ସୁବାସର ଲାଏ ଡିଟେକସନ୍ ଟେଷ୍ଟ କରାଯାଇଛି। ସୋମବାର ଦିନ ୧୦ଟା ୧୫ରେ ଏଠାରେ ପହଞ୍ଚିବା ପରେ ତାକୁ ଲାଏ ଡିଟେକସନ ବିଭାଗକୁ ନିଆଯାଇଥିଲା। ନିର୍ଦ୍ଧାରିତ ପଦ୍ଧତି ମୁତାବକ ସୁବାସକୁ ବିଭିନ୍ନ ପ୍ରଶ୍ନ ପଚରାଯାଇଥିଲା। ପୂର୍ବରୁ ପ୍ରସ୍ତୁତ ରହିଥିବା ୮୯ଟି ପ୍ରଶ୍ନର ଉତ୍ତର ଦେଇଥିଲା ସୁବାସ। ଦୀର୍ଘ ୭ ଘଣ୍ଟା ଧରି ଚାଲିଥିଲା ଏହି ପ୍ରକ୍ରିୟା। ଏହି ଟେଷ୍ଟରୁ ଘଟଣା ସମ୍ପର୍କରେ ସୁବାସଠାରୁ କିଛି ସୁରାକ୍ ମିଳିବା ଆଶା କରାଯାଉଛି। ଏକା ବେଳେ ୩ଟି ଟ୍ରେନରେ କେମିତି ନିଆଁ ଲାଗିଲା, ତାହା ଜାଣିବାକୁ ଉଦ୍ୟମ କରିଥିଲେ ବିଭିନ୍ନ ତଦନ୍ତକାରୀ ସଂସ୍ଥା।
ଏନ୍ଆଇଏଠାରୁ ଆରମ୍ଭ କରି ଖଗଡପୁର ସିଆଇଡି, ହରିଦ୍ୱାର ଓ ଓଡ଼ିଶା ଜିଆରପି ପକ୍ଷରୁ ସୁବାସକୁ ବାରମ୍ୱାର ଜେରା କରାଯାଇଛି। ତେବେ ସୁବାସ ଏମାନଙ୍କ ନିକଟରେ ଭିନ୍ନ ଭିନ୍ନ ବୟାନ ଦେଇଛି। ସେ ସତ କହୁଛି ନା ନାହିଁ, ଜାଣିବା ପାଇଁ ଲାଏ ଡିଟେକସନ୍ ଟେଷ୍ଟ କରାଯାଇଛି। ଏହାଦ୍ୱାରା ତଦନ୍ତ ପ୍ରକ୍ରିୟା ଆଗେଇ ପାରିବ ବୋଲି ଆଶା କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସଫେଇ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
ବାବୁଲି କାକ ରାଣିବଗିଚା ବାଇପାସ୍ ନିକଟରେ ସଫେଇ କାମର ତଦାରଖ କରିବା ପାଇଁ ଯାଇଥିଲେ। କାମ ତଦାରଖ କରିବା ପରେ ସେଠାରେ ସେ ଠିଆ ହୋଇଥିଲେ। ଠିକ୍ ସେତିକି ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା।
Crime
ଲୁଟେରାଙ୍କ ଗୁଳିରେ ୨ ମୃତ; ଗୋଡ଼ାଇ ଗୋଡ଼ାଇ ଗାଡ଼ିଆରେ ମାଡ଼ି ବସିଲେ ଲୋକେ
ଲୁଟ୍ କରିବା ପରେ ଦୋକାନକୁ ଗହଣା କିଣିବାକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ବାଇକ୍ ଧରି ଚମ୍ପଟ ମାରୁଥିଲେ ୩ ଦୁର୍ବୃତ୍ତ। ଆଉ ସେମାନଙ୍କୁ କାର୍ରେ ପିଛା କରିଥିଲେ ଗହଣା ଦୋକାନର କର୍ମଚାରୀ ସୁନୀଲ୍ ରାୟ ଓ ତାଙ୍କ ସାଥୀ।
Crime
ମାଆ ଚାକିରି ଗଲା ବୋଲି ସର୍କିଟ୍ ହାଉସ୍ରେ ଥିବା ଗାଡ଼ିରେ ନିଆଁ ଲଗାଇଦେଲା ପୁଅ
କେନ୍ଦୁପତ୍ର ଫରେଷ୍ଟର ଭାବେ କାର୍ଯ୍ୟ କରନ୍ତି ସୁଜିତ କୁମାର ବେହେରା। ତାଙ୍କ ମାଆ ସର୍କିଟ୍ ହାଉସ୍ରେ ସୁଇପର ଭାବେ କାମ କରୁଥିଲେ। କିଛି ମାସ ତଳେ କୌଣସି କାରଣରୁ ତାଙ୍କୁ ସର୍କିଟ ହାଉସରୁ ବାହାର କରିଦିଆଯାଇଥିଲା।
Crime
ଲୁଟ୍ ପାଇଁ ପିଛା କରୁଥିଲେ; ଧକ୍କା ଦେବାରୁ ବିଦ୍ୟୁତ୍ କର୍ମଚାରୀଙ୍କୁ ଗୁଳି କଲେ
ଚୋରମାନେ ଉତ୍କ୍ଷିପ୍ତ ହୋଇ ବାଇକ୍ ଉଠାଇ ପ୍ରଥମେ ନୀଳମାଧବଙ୍କୁ ଗୁଳି କରିଥିଲେ। ଗୁଳି ତାଙ୍କ ପେଟ ଓ ଅଣ୍ଟାରେ ବାଜିଥିଲେ। ପରେ ଅଳଙ୍କାର ଦୋକାନୀ ସୁନୀଲ୍ ଓ ତାଙ୍କ ସାଥୀଙ୍କ ଉପରକୁ ଗୁଳି ଚଳାଇଥିଲେ। ସେମାନଙ୍କ ଦେହରେ ମଧ୍ୟ ଗୁଳି ବାଜିଥିଲା।
Crime
ସିକ୍ୟୁରିଟି ଗାର୍ଡଙ୍କ ହାତଗୋଡ଼ ବାନ୍ଧିଲେ, ଶୋ’ ରୁମ୍ ଲୁଟିଲେ
ସିକ୍ୟୁରିଟି ଗାର୍ଡଙ୍କ ହାତଗୋଡ଼ ବାନ୍ଧି ଲୁଟ କରିଛନ୍ତି ୩ ମୁଖାପିନ୍ଧା ଦୁର୍ବୃତ୍ତ। ବିଳମ୍ବିତ ରାତିରେ ଏହି ଡକାୟତି ହୋଇଛି।