ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ପୂର୍ତ୍ତ ବିଭାଗର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଗିରଫ

କେନ୍ଦୁଝର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ଗିରଫ ପୂର୍ତ୍ତ ବିଭାଗର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଅଶୋକ ମିଶ୍ରଙ୍କୁ  ଗତକାଲି   ଗିରଫ କରାଯିବା ପରେ ଆଜି କୋର୍ଟ ଚାଲାଣ କରାଯାଇଛି। କେନ୍ଦୁଝର ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଅନୁଗୋଳରୁ ଗିରଫ କରିଥିଲା। ୨୦୧୪ ମସିହାରେ ଅଶୋକ କେନ୍ଦୁଝର ବଡବିଲ ପୂର୍ତ୍ତବିଭାଗ କାର୍ଯ୍ୟ କରୁଥିବା ସମୟରେ ତାଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ହୋଇଥିଲା। ଏ ନେଇ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ସମସ୍ତ ସମ୍ପତ୍ତିର […]

giraf

giraf

Rakesh Mallick
  • Published: Saturday, 04 February 2017
  • Updated: 04 February 2017, 02:25 PM IST

Sports

Latest News

କେନ୍ଦୁଝର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ଗିରଫ ପୂର୍ତ୍ତ ବିଭାଗର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଅଶୋକ ମିଶ୍ରଙ୍କୁ  ଗତକାଲି   ଗିରଫ କରାଯିବା ପରେ ଆଜି କୋର୍ଟ ଚାଲାଣ କରାଯାଇଛି। କେନ୍ଦୁଝର ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଅନୁଗୋଳରୁ ଗିରଫ କରିଥିଲା।

୨୦୧୪ ମସିହାରେ ଅଶୋକ କେନ୍ଦୁଝର ବଡବିଲ ପୂର୍ତ୍ତବିଭାଗ କାର୍ଯ୍ୟ କରୁଥିବା ସମୟରେ ତାଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ହୋଇଥିଲା। ଏ ନେଇ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ସମସ୍ତ ସମ୍ପତ୍ତିର ବିବରଣୀ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।  ଅଶୋକ  ସମ୍ପତ୍ତିର ଚିଠା ଦେବା ବଦଳରେ ଫେରାର ହୋଇଯାଇଥିଲେ। ପରେ ଭିଜିଲାନ୍ସ ତାଙ୍କ ନାମରେ କେସ ନଂ ୩୫/୨୦୧୪ ରେ ମାମଲା ରୁଜୁ କରିଥିଲା। ଅଶୋକ ଅନୁଗୋଳ ପୂର୍ତ୍ତ ବିଭାଗର ଏସସି ଅଫିସରେ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଖବର ପାଇ କେନ୍ଦୁଝର ଭିଜିଲାନ୍ସ ତାଙ୍କୁ ଗତକାଲି ଅନୁଗୋଳ ସ୍ଥିତ ବାସଭବନରୁ ଗିରଫ କରିଥିଲା।

ଅଶୋକଙ୍କ କେନ୍ଦୁଝରରେ ୨ଟି କୋଠା ସହ ସମ୍ୱଲପୁର ଘର ମିଶାଇ ସମୁଦାୟ ୭୩ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଆୟ ବର୍ହିଭୁତ ସମ୍ପତ୍ତି ଥିବା  ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos