ରାଜା ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣି ଥାନାରେ ମାମଲା ରୁଜୁ କଲେ ପରିବାର ଲୋକେ

ସୋର: ଅଭିନେତା ତଥା କୋରିଓଗ୍ରାଫର ରାଜା ପଟ୍ଟନାୟକ ମୃତ୍ୟୁ ଘଟଣା ରହସ୍ୟମୟ ହେବାରେ ଲାଗିଛି। ତ୍ରିକୋଣୀୟ ପ୍ରେମ ସମ୍ପର୍କ ନା ଅଭିନେତ୍ରୀ ଜେସୀଙ୍କ ସହ ଝଗଡ଼ା ଯୋଗୁଁ ରାଜାଙ୍କ ମୃତ୍ୟୁ ଘଟିଛି ପୋଲିସ ତାହାର ଖୋଳତାଡ଼ କରୁଛି। ଅନ୍ୟପକ୍ଷେ ରାଜାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ଆଜି ସୋର ଥାନାରେ ଅଭିଯୋଗ କରାଯାଇଛି। ଗତ ୭ ତାରିଖରେ ଭଦ୍ରକକୁ ଏକ କାର୍ଯ୍ୟକ୍ରମରେ ରାଜା ଅଭିନେତ୍ରୀ ଜେସୀ, ପ୍ରୋଗ୍ରାମ କୋଅଡିନେଟର ପ୍ରଳୟଙ୍କ ସହ ଯାଇଥିଲେ। ଏହି କାର୍ଯ୍ୟକ୍ରମ […]

raja murder case

Rakesh Mallick
  • Published: Wednesday, 10 February 2016
  • , Updated: 10 February 2016, 03:59 PM IST

ସୋର: ଅଭିନେତା ତଥା କୋରିଓଗ୍ରାଫର ରାଜା ପଟ୍ଟନାୟକ ମୃତ୍ୟୁ ଘଟଣା ରହସ୍ୟମୟ ହେବାରେ ଲାଗିଛି। ତ୍ରିକୋଣୀୟ ପ୍ରେମ ସମ୍ପର୍କ ନା ଅଭିନେତ୍ରୀ ଜେସୀଙ୍କ ସହ ଝଗଡ଼ା ଯୋଗୁଁ ରାଜାଙ୍କ ମୃତ୍ୟୁ ଘଟିଛି ପୋଲିସ ତାହାର ଖୋଳତାଡ଼ କରୁଛି। ଅନ୍ୟପକ୍ଷେ ରାଜାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ଆଜି ସୋର ଥାନାରେ ଅଭିଯୋଗ କରାଯାଇଛି।

ଗତ ୭ ତାରିଖରେ ଭଦ୍ରକକୁ ଏକ କାର୍ଯ୍ୟକ୍ରମରେ ରାଜା ଅଭିନେତ୍ରୀ ଜେସୀ, ପ୍ରୋଗ୍ରାମ କୋଅଡିନେଟର ପ୍ରଳୟଙ୍କ ସହ ଯାଇଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ଜେସୀଙ୍କ ସହ ରାଜାଙ୍କର ବଚସା ହୋଇଥିଲା। ସେଠାରୁ ଫେରିବା ବେଳେ ଜେସୀ କୁଆଡେ ଚଳନ୍ତା ଗାଡ଼ିରୁ ଡେଇଁ ପଡିବାକୁ ଉଦ୍ୟମ କରିଥିଲେ। ତେବେ ରାଜା ତାଙ୍କୁ ଧରି ପକାଇ ଥିଲେ। ଗାଡିରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ରାତି ପ୍ରାୟ ଗୋଟାଏ ବେଳେ ପରିସ୍ରା ଯିବାକୁ କହି ରାଜା ଗାଡି ଅଟକାଇ ଥିଲେ। ଏହାର କିଛି ସମୟ ପରେ ପ୍ରଳୟ ଓ ଗାଡି ଡ୍ରାଇଭର ଧନେଶ୍ୱର ରାଜାଙ୍କୁ ଫ୍ଲାଏ ଓଭର ତଳେ ପଡିଥିବା ଦେଖିଥିବା କହିଛନ୍ତି।

ଧନେଶ୍ୱର ଆହୁରି କହିଛନ୍ତି, ଗାଡିରୁ ଓହ୍ଲାବା ପରେ ମୁଁ ଆଉ ତୁମ ସହ ଯିବି ନାହିଁ ବୋଲି ରାଜା ଭାଇ କହିଥିଲେ। ତୁମେ ଯାଅ କି ନ ଯାଅ ଆମେ ଯିବୁ ବୋଲି ଜେସୀ ମାଡାମ କହିଥିଲେ। ଏହା ପରେ ରାଜା ଭାଇ ଅନ୍ଧାର ମଧ୍ୟକୁ ଚାଲିଯାଇଥିଲେ। ତାଙ୍କୁ ଡାକିବାକୁ ଯିବରେ ସେ ଫ୍ଲାଏ ଓଭର ତଳେ ପଡିଥିବା ଦେଖିବାକୁ ପାଇଥିଲୁ। ଅନ୍ଧାର ହୋଇଥିବାରୁ ପ୍ଲାଏ ଓଭର ଥିବା ଜାଣି ପାରି ନ ଥିଲି ବୋଲି ସେ କହିଛନ୍ତି।

ଟେଲି ସିରିୟଲ ତୁଳସୀରେ ଜେସୀଙ୍କ ସହ କାମ କରୁଥିବା ଅଭିନେତା ତୁଷାରକୁ ଭଦ୍ରକ କାର୍ଯ୍ୟକ୍ରମକୁ ଡକାଯାଇଥିଲା। କିନ୍ତୁ ରାଜା ତୁଷାରଙ୍କୁ ନେଇ ନ ଥିଲେ। ଏହାକୁ ନେଇ ରାଜା ଓ ଜେସୀଙ୍କ ମଧ୍ୟରେ ବଚସା ହୋଇଥିଲା। ଭୁବନେଶ୍ୱର ଫେରିବା ବାଟରେ ମଧ୍ୟ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗି ରହିଥିଲା।

Related story