ରାଉରକେଲା: ବିଦେଶିନୀଙ୍କ ଠାରୁ ଲୁଟ୍ ଘଟଣାରେ ଜଣେ ଗିରଫ, ଲୁଟ୍ ସାମଗ୍ରୀ ଜବତ

ରାଉରକେଲା: ମୁମ୍ୱାଇ ଆଜାଦହିନ୍ଦ ଏକ୍ସପ୍ରେସରେ ଝାରସୁଗୁଡ଼ା ଯାଉଥିବା ବେଳେ ଜଣେ ବିଦେଶିନୀଙ୍କ ଠାରୁ ଲୁଟ୍ ହୋଇଥିବା ସାମଗ୍ରୀ ରେଲୱେ ପୋଲିସ ଉଦ୍ଧାର କରିବା ସହ ଜଣେ ଟ୍ରେନ୍ ଲୁଟେରାକୁ ଗିରଫ କରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତ ଜଣକ ହେଲେ ମହମ୍ମଦ ହୁସେନ। ଅନ୍ୟ  ଫେରାର ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ରେଲୱେ ପୋଲିସ। ନଭେମ୍ୱର ୨୧ ତାରିଖରେ ବିଦେଶିନୀ ଜଣକ ଝାରସୁଗୁଡ଼ା ଯାଉଥିବା ବେଳେ ବହୁ ମୂଲ୍ୟବାନ ସାମଗ୍ରୀ ମାନ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଥିଲା।