ରାଉରକେଲା: ବନ୍ଧୁକ ମୁନରେ ଦୁର୍ବୃତ୍ତଙ୍କ ବୋଲେରୋ ଲୁଟ୍, ଜଣଙ୍କୁ ହତ୍ୟା

raulkela copyରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ହାତୀବାରୀ ଥାନା ଅନ୍ତର୍ଗତ କରଡ଼ଗାଠାରେ ଶୁକ୍ରବାର ବିଳମ୍ୱିତ ରାତିରେ ବନ୍ଧୁକ ଦେଖାଇ ଏକ ବୋଲେରୋ ଲୁଟ୍ ସହ ଜଣକୁ ହତ୍ୟା କରାଯାଇଛି । ମୃତକ ହେଲେ କିଶୋର ବଡାଇକ । ସେହିପରି ଦୁର୍ବୃତ୍ତଙ୍କ ମାଡ଼ରେ କିଶୋରଙ୍କ ସହଯୋଗୀ ମହେଶ ପ୍ରଧାନ ଗୁରୁତର ଆହତ ହୋଇଛନ୍ତି। ମହେଶଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଛି ।

ଗତକାଲି ରାତିରେ ୩ଜଣ ଦୁର୍ବୃତ୍ତ ପୁରୁଣାପାଣି ଅଞ୍ଚଳରୁ  ଏହି ବୋଲେରୋକୁ ଭଡ଼ାରେ ନେଇଥିଲେ। କରଡେଗାଠାରେ ଦୁବୃର୍ତ୍ତମାନେ ବାହାନା ଦେଖାଇ ଡ୍ରାଇଭରକୁ ଗାଡ଼ି ରଖିବା ପାଇଁ କହିଥିଲେ । ଡ୍ରାଇଭର ଗାଡ଼ି ରଖିବାରୁ ତାଙ୍କୁ ମାଡ଼ ମାରିବା ସହ ଗାଡ଼ିରେ ଥିବା କିଶୋରଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ  କିଶୋରଙ୍କ ମୃତ୍ୟୁ ଘଟିଥିଲା।

ଏହି ଘଟଣାରେ ପିଏଲଏଫଆଇ ସଦସ୍ୟଙ୍କ ହାତ ଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ସୁନ୍ଦରଗଡ଼ ଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।