ରାଉରକେଲା: ରାଉରକେଲାରେ ଗତକାଲି ଗୋଷ୍ଠୀ ସଂଘର୍ଷରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାରେ ଆଜି ଜଲଦା ପୋଲିସ୍ ୫ ଜଣଙ୍କୁ ଗିରଫ କରିଛି।
ଗୁରୁବାର ସଂଧ୍ୟାରେ ଆଠ ଦଶ ଜଣ ଯୁବକ ହୋଲି ଖେଳି ଗାଧୋଇ ବାଇକ୍ରେ ଫେରୁଥିଲେ। ରଙ୍ଗିଲା ଛକରେ ଏକ ଅଟୋ ସହିତ ସେମାନଙ୍କର ଏକ ବାଇକ୍ର ଧକ୍କା ହୋଇଥିଲା। ଫଳରେ ଅଟୋ ଚାଳକ ଓ ଉକ୍ତ ଯୁବକମାନଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ବଢ଼ିବାରୁ ପାଖରେ ଟାୟର ଦୋକାନ କରିଥିବା ଆକବର ଖାଁ ନାମକ ଜଣେ ଯୁବକ ସହ କିଛି ସ୍ଥାନୀୟ ଲୋକ ସେଥିରେ ହସ୍ତକ୍ଷେପ କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଯୁବକମାନେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଲାଠି ମାଡ଼ରେ ଘଟଣାସ୍ଥଳରେ ହିଁ ଆକବରଙ୍କ ମୃତ୍ୟୁ ହୋଇଥିଲା। ଆଉ ଚାରି ଜଣ ଲୋକ ଆହତ ହୋଇଥିଲେ।। ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି। ଘଟଣାରେ ସଂପ୍ତକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋ ଭାଇରାଲ୍ କଲେ ପ୍ରେମିକ; ଝୁଲି ପଡ଼ିଲେ ପ୍ରେମିକା
ପରବର୍ତ୍ତୀ ସମୟରେ ଭାନୁ ବିବାହ ପାଇଁ ରାଜି ହୋଇନଥିଲେ। ଯେଉଁଥିପାଇଁ ଚିନ୍ତାରେ ପଡ଼ି ଯାଇଥିଲେ ଅନୀଲ୍। ଆଉ ନିଜ ପାଖରେ ଥିବା ଭାନୁଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ସୋଶାଲ୍ ମିଡିଆରେ ଭାଇରାଲ କରି ଦେଇଥିଲେ।
Crime
ରାଜଧାନୀ ମର୍ଡର ମାମଲାରେ ୨ ମହିଳାଙ୍କ ସହ ୫ ଗିରଫ
କେଦାରପଲ୍ଲୀ ବସ୍ତିରେ ସହଦେବ ନାୟକ ଘର। ବୁଧବାର ସକାଳ ପ୍ରାୟ ୮ଟା ବେଳେ ସେ ସ୍କୁଟିରେ ଯାଉଥିବା ବେଳେ ଆକ୍ରମଣ ହୋଇଥିଲା। କେଦାରପଲ୍ଲୀ ଲକ୍ଷ୍ମୀଧର ନାୟକ ଓରଫ ମଣ୍ଟି ଓ ତାଙ୍କର ସହଯୋଗୀ ଖୋର୍ଦ୍ଧା ଜିଲ୍ଲାର ରକି ନାୟକ ଆକ୍ରମଣ କରିଥିଲା।
Crime
ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ: ନିଜକୁ ଗୁଳି କରି ଦେଲେ ସିଆଇଏସ୍ଏଫ୍ ଯବାନ
ମୃତ ଯବାନଙ୍କ ଘର କେରଳରେ ହୋଇଥିବା ବେଳେ ଏହି ଅଘଟଣ ପଛର ପ୍ରକୃତ କାରଣ ଜଣାପଡ଼ିନାହିଁ।
Crime
ଅଫିସ ପାର୍କିଂରେ ମହିଳା ସହକର୍ମୀଙ୍କୁ ବୀଭତ୍ସ ହତ୍ୟା: ସମସ୍ତେ ଦେଖିଲେ, କିନ୍ତୁ କିଛି କଲେନି
ଯୁବକ ଜଣଙ୍କ ପାର୍କିଂ ଲଟରେ ମହିଳାଙ୍କୁ ଆକ୍ରମଣ କରୁଥିବା ବେଳେ ସମସ୍ତେ ଏହାକୁ ଦେଖିଥିଲେ। କିନ୍ତୁ କେହି ବି ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
Crime
ସାମ୍ୱାଦିକଙ୍କୁ ମାଡ଼ ମାରି ଜେଲ୍ ଗଲେ ମାତାଲ ଏସ୍ଡିଓ ଓ ଯନ୍ତ୍ରୀ
ସାମ୍ବାଦିକଙ୍କୁ ଦେଖୁ ଦେଖୁ ମାତାଲ ଅବସ୍ଥାରେ ଥିବା ଏସ୍ଡିଓ ଜଗନ୍ନାତ ପତି ତାତି ଯାଇଥିଲେ। ଅତି ଅଭଦ୍ର ଭାଷାରେ ଗାଳି ଦେଇଥିଲେ। ତା’ପରେ ସେ ଓଟିଭି ପ୍ରତିନିଧି ଅବିନାଶ ନନ୍ଦଙ୍କୁ ଆକ୍ରମଣ କରିଥିଲେ। ପରେ ଆଉ ଜଣେ ସାମ୍ବାଦିକ ସଂଜୟ ବେହେରାଙ୍କ ତଣ୍ଟିଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ।