ରାୟଗଡ଼ା: ଚିଟଫଣ୍ଡ ଠକେଇ ଅଭିଯୋଗରେ ଜଣେ ମହିଳା ଅଟକ

ରାୟଗଡ଼ା: ଚିଟଫଣ୍ଡ ନାଁରେ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ପୋଲିସ ଆଜି ଜଣେ ମହିଳାଙ୍କୁ ଅଟକ ରଖି ପଚାରାଉଚରା କରୁଛି। ରାୟଗଡ଼ା ରାଣୀଗୁଡା ଫର୍ମର ପ୍ରାୟ ୩୦୦ରୁ ଅଧିକ ଜମାକାରୀ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମହିଳାଙ୍କୁ ଅଟକ ରଖିଛି।

ଅଭିଯୋଗ ଅନୁସାରେ ରାଣୀଗୁଡ଼ା ଫାର୍ମ ଅଞ୍ଚଳରେ ରହୁଥିବା ଅନୀତା ଚିତ୍ରାଡା ନାମ୍ନୀ ଜଣେ ମହିଳା ଅଞ୍ଚଳର ମହିଳାମାନଙ୍କୁ ଅଧିକ ସୁଧର ଆଶା ଦେଖାଇ ଚିଟଫଣ୍ଡ କରି ଲକ୍ଷ ଲକ୍ଷ ଟଙ୍କା ଆଦୟ କରୁଥିଲା। କିଛିମାସ ହେଲା ମହିଳା ଜଣକ ଜମାକାରୀମାନଙ୍କୁ ଆଉ ଅର୍ଥ ଦେଇ ନ ଥିଲେ। ଜମାକାରୀମାନେ ବାରମ୍ୱାର ଟଙ୍କା ମାଗି ନିରାଶ ହେବା ପରେ ପୋଲିସର ଆଶ୍ରୟ ନେଇଥିଲେ। ଏହି ଘଟଣାରେ ମହିଳାଙ୍କ ପୁଅ ଓ ସ୍ୱାମୀକୁ ପୋଲିସ ଖୋଜୁଛି।