କଟକ: ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନର ଦୁଇ ଜଣ ସହଯୋଗୀଙ୍କ ବୟାନ ୧୬୪ ଧାରାରେ ଶୁକ୍ରବାର ରେକର୍ଡ କରାଯାଇଛି। ଏହି ଦୁଇ ଯୁବକ ହେଲେ ଜୈନୁର ଆବେଦିନ ଓ ଦିଲ ନୱାଜ। ଉଭୟଙ୍କ ଘର ଜଗତପୁରର କୁଜରପୁରରେ।
ଅବଦୁର ସହିତ ସେମାନଙ୍କ ବିଭିନ୍ନ ସମୟରେ ଯୋଗାଯୋଗ ରହିଥିଲା। ତେଣୁ ପୋଲିସ ଉଭୟଙ୍କୁ ସାଲେପୁର କୋର୍ଟରେ ହାଜର କରି ଏହି ବୟାନ ରେକର୍ଡ କରିଛି। ଏହାସହ କମିଶନରେଟ୍ ପୋଲିସ ସେମାନଙ୍କ ଉପରେ କଡ଼ା ନଜର ରଖିଥିବା କମିଶନର କହିଛନ୍ତି। ଅଲକାଏଦା ସହ ଲିଙ୍କ ଥିବା ଅଭିଯୋଗରେ ଅବଦୁର ରେହମାନକୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଗିରଫ କରିଥିଲା।