ରୋଜଭ୍ୟାଲି ଚିଟଫଣ୍ଡ ଠକେଇ: ଗୌତମ କୁଣ୍ଡୁଙ୍କୁ ପୁଣି ୪ଦିନ ରିମାଣ୍ଡରେ ନେଲା ସିବିଆଇ

ଭୁବନେଶ୍ୱର: ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇ ତନାଘନା ଜାରି ରଖିଛି। ମାମଲାରେ କମ୍ପାନୀ ମୁଖ୍ୟ ଗୌତମ କୁଣ୍ଡୁଙ୍କୁ ଆଜି ସିବିଆଇ ପୁଣି ୪ଦିନ ରିମାଣ୍ଡରେ ନେଇଛି। ଏଥିପାଇଁ ସିବିଆଇ କୋର୍ଟ ଅନୁମତି ଦେଇଛନ୍ତି। କୁଣ୍ଡୁଙ୍କୁ ପୂର୍ବରୁ ସିବିଆଇ ଗତ ୨୫ ତାରିଖରେ ୯ ଦିନିଆ ରିମାଣ୍ଡରେ ନେଇଥିଲା। ରୋଜଭ୍ୟାଲି କମ୍ପାନୀ ବିରୋଧରେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ୧୭ ହଜାର କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗ ରହିଛି। ଓଡ଼ିଶାରେ ପ୍ରାୟ ୫୦୦କୋଟି ଟଙ୍କା […]

GOUTAM kundu ROSE VALLLY

Rakesh Mallick
  • Published: Tuesday, 02 February 2016
  • , Updated: 02 February 2016, 05:50 PM IST

ଭୁବନେଶ୍ୱର: ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇ ତନାଘନା ଜାରି ରଖିଛି। ମାମଲାରେ କମ୍ପାନୀ ମୁଖ୍ୟ ଗୌତମ କୁଣ୍ଡୁଙ୍କୁ ଆଜି ସିବିଆଇ ପୁଣି ୪ଦିନ ରିମାଣ୍ଡରେ ନେଇଛି। ଏଥିପାଇଁ ସିବିଆଇ କୋର୍ଟ ଅନୁମତି ଦେଇଛନ୍ତି। କୁଣ୍ଡୁଙ୍କୁ ପୂର୍ବରୁ ସିବିଆଇ ଗତ ୨୫ ତାରିଖରେ ୯ ଦିନିଆ ରିମାଣ୍ଡରେ ନେଇଥିଲା।

ରୋଜଭ୍ୟାଲି କମ୍ପାନୀ ବିରୋଧରେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ୧୭ ହଜାର କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗ ରହିଛି। ଓଡ଼ିଶାରେ ପ୍ରାୟ ୫୦୦କୋଟି ଟଙ୍କା ଠକେଇ କରିଥିବା ସିବିଆଇ ତା’ର ଚାର୍ଜସିଟରେ ଉଲ୍ଲେଖ କରିଛି। ରୋଜଭ୍ୟାଲିର ମୋଟ ୨୪ଟି କମ୍ପାନୀ ଥିବା ବେଳେ ୩ଟି କମ୍ପାନୀ ମାଧ୍ୟମରେ ଏହି ସବୁ ଅର୍ଥ ଠକେଇ ହୋଇଥିବା ଅଭିଯୋଗ ହୋଇଛି।

Related story